କନେଷ୍ଟବଳକୁ ଆକ୍ରମଣ ଘଟଣା ଜେଲ ଗଲେ ଅଭିଯୁକ୍ତ

 ବ୍ୟାସନଗର: ଯାଜପୁର ରୋଡ଼ ଥାନାରେ କାର୍ଯ୍ୟରତ କନେଷ୍ଟବଳ ସୁବାସ ବେହେରା(୩୫)ଙ୍କୁ ଆକ୍ରମଣ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଯିବାକୁ ପଡ଼ିଛି ଜେଲ । ଜେଲଯାଇଥିବା ଅଭିଯୁକ୍ତ ପାଣିକୋଇଲି ଥାନା ଜହ୍ନା ଗ୍ରାମର ପ୍ରଦୀପ୍ତ ବିଶ୍ୱାଳଙ୍କ ପୁଅ ବିକରଣ(୨୮) ଓ ରସୁଲୁପର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ବ୍ରାହ୍ମଣଶାସନର ପ୍ରମୋଦ କୁମାର ବିଶ୍ୱାଳଙ୍କ ପୁଅ ପ୍ରଦୀପ୍ତ(୨୮) ହୋଇଥିବା ବେଳେ ଉଭୟଙ୍କୁ ଗତକାଲି ପୁଲିସ ଗିରଫ କରିଥିଲା । ଖବର ଥାଉକି ଗତକାଲି ପ୍ରାୟ ୪ଘଟିକା ସମୟରେ କନେଷ୍ଟବଳ ସୁବାସ ପୈାରାଞ୍ଚଳ ଚୋରଦା ବାଇପାସ୍ ଛକ ନିକଟରେ ଟ୍ରାଫିକ ଡ଼ିୟୁଟି କରୁଥିବା ବେଳେ ଉପରୋକ୍ତ ୨ ଯୁବକ ନିଶାଶକ୍ତ ଅବସ୍ଥାରେ ତାଙ୍କ ନିକଟରେ ପହଁଚି ତାଙ୍କ ସ୍କୁଟି ମିରରକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ସୁବାସ ପ୍ରତିବାଦ କରିବାକୁ ଯୁବକଦ୍ୱୟ ତାଙ୍କୁ ଆକ୍ରମଣ କରିଥିଲେ ।