କପିଳାସ ପୀଠରେ ସ୍ୱଚ୍ଛତା କାର୍ଯ୍ୟକ୍ରମ
ଢେଙ୍କାନାଳ : କପିଳାସ ସୁରକ୍ଷା ପରିଷଦ ସଭାପତି ଗୁରୁଚରଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସଫେଇ କାର୍ଯ୍ୟକ୍ରମ କପିଳାସ ସିଂହଦ୍ୱାର ଠାରୁ ଆରମ୍ଭ ହୋଇ ୧୦ନଂ ବାଙ୍କ ରାସ୍ତା ଓ ପୀଠର ସଫେଇ କରାଯାଇଛି । ଏହି କାର୍ଯ୍ୟକ୍ରମରେ କପିଳାସ ସୁରକ୍ଷା ପରିଷଦର ଆବାହକ ତଥା ପୂର୍ବତନ ବିଧାୟକ ନବୀନ ନନ୍ଦ, ଗନ୍ଦିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଳୟ ସିଂହ, ସନାତନ ସାହୁ, ପୂର୍ବତନ ମନରେଗା ଲୋକପାଳ ଅମରେନ୍ଦ୍ର ମଲ୍ଲ, ଢେଙ୍କାନାଳ ସନ୍ଧ୍ୟା ମହାବିଦ୍ୟାଳୟର ଅଧ୍ୟକ୍ଷ ସମୀର ସାହୁ, ବଜରଙ୍ଗ କ୍ଲବ୍ର ସଦସ୍ୟ ବୃନ୍ଦ, କପିଳାସ ମା’ସନ୍ତୋଷୀ ଟ୍ୟାକ୍ସି ଆସୋସିଏସନ୍ର ସଦସ୍ୟ ମାନସ ବାଘ, ଶେଷାନନ୍ଦ ମିଶ୍ର, ସରୋଜ ମହାଳିକ, ମଦନ ରାଉତ, ସୁରେଶ ମହାପାତ୍ର, ଦୁଷ୍ମନ୍ତ ମହାନ୍ତି, ଦାଶରଥି ପତିଙ୍କ ସମେତ ଶତାଧିକ ସଭ୍ୟ ଯୋଗଦାନ କରିଥିଲେ । ଏହି ସଫେଇ କାର୍ଯ୍ୟକ୍ରମ ପ୍ରତି ମାସରେ କରାଯିବ ବୋଲି ପରିଷଦ ର ସଭାପତି ଶ୍ରୀ ଗୁରୁ ଚରଣ ମହାପାତ୍ର କହିଥିଲେ ।