କବିତା ସଂକଳନ ‘ଭାବନୈବେଦ୍ୟ’ ଉନ୍ମୋଚିତ

 ପୁରୀ :  ସ୍ଥାନୀୟ ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠ ଠାରେ ପ୍ରିୟପତ୍ର ପକ୍ଷରୁ ରେଣୁକା ମିଶ୍ରଙ୍କ ରଚିତ କବିତା ସଂକଳନ ‘ଭାବ ନୈବେଦ୍ୟ’ର ଶୁଭ ଉନ୍ମୋଚନ ଓ ଆଲୋଚନା ସଭା ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଡ଼. କୈଳାଶ ଚନ୍ଦ୍ର ଟିକାୟତରାୟ, ଡ଼. ହେମନ୍ତ କୁମାର ଛୋଟରାୟ, ବିଜୟ କୁମାର ପଣ୍ଡା, ଶିବସୁନ୍ଦର ମିଶ୍ର, ବିଜୟଲକ୍ଷ୍ମୀ ଦାସ ମିଶ୍ର  ଓ ରଘୁନାଥ ମହାପାତ୍ର ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରି ସଂକଳନକୁ ଉନ୍ମୋଚନ କରିଥିଲେ । ଉପସ୍ଥିତ କବି ଓ ସାହିତ୍ୟ ପ୍ରେମୀ ଉକ୍ତ ସଂକଳନରୁ କବିତା ଆବୃତ୍ତି କରିଥିଲେ । ଶ୍ରୀ ଦଳାଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଉତ୍ସବରେ  ଡ଼. କୈଳାଶ ଚନ୍ଦ୍ର ଟିକାୟତରାୟ ଅଧ୍ୟକ୍ଷତା କରିଥିଲେ । ରେଣୁକା ମିଶ୍ର ନିଜ ବକ୍ତବ୍ୟ ରଖିବା ସହିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।