କମ୍ରେଡ୍ ଗୟାଧର ଜେନାଙ୍କ ପରଲୋକ

 ସିଂହପୁର : ଏସ୍ୟୁସିଆଇ (କମ୍ୟୁନିଷ୍ଟ) ନେତା କମ୍ରେଡ୍ ଗୟାଧର ଜେନା(୬୪)ଙ୍କ ବ୍ରେନ୍ ଷ୍ଟ୍ରୋକ ଜନିତ କାରଣରୁ ପରଲୋକ ଘଟିଛି । ସେ କିଛି ଦିନ ଧରି କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଏକଦା ସେ ପାର୍ଟିର ଜଣେ ସର୍ବକ୍ଷଣ କର୍ମୀ ଭାବେ କାମ କରିଯାଇଛନ୍ତି । ପରବର୍ତୀ ସମୟରେ ସେ ଶିକ୍ଷକତା ବୃତି ଆପଣେଇ ନେଇଥିଲେ । ଜଣେ ଛାତ୍ର ବତ୍ସଳ ଉତମ ଶିକ୍ଷକ ଭାବେ ତାଙ୍କର ଖୁବ୍ ସୁନାମ ଥିଲା । ମୃତୁ୍ୟ ପର୍ଯ୍ୟନ୍ତ ସେ ଦଳର ଜଣେ ନିଷ୍ଠାପର କର୍ମୀ ଭାବେ କାମ କରିଯାଇଛନ୍ତି । ସେ ପାର୍ଟିର ଯାଜପୁର ଜିଲ୍ଲା କମିଟି ଅଧୀନ ଚିକଣା ଆଞ୍ଚଳିକ କମିଟିର ସଭ୍ୟ ଥିଲେ । ସେ ବହୁ ଗଣତାନ୍ତିକ ଗଣଆନେ୍ଦାଳନ ଓ ଶିକ୍ଷକ ଆନେ୍ଦାଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଛନ୍ତି ଓ ଡେମୋକ୍ରାଟିକ ଟିଚର୍ସ୍ ଅର୍ଗାନାଇଜେସନ୍ ଓଡ଼ିଶା ରାଜ୍ୟ କମିଟିର ସେ ସଂପାଦକ ମଣ୍ଡଳୀ ସଦସ୍ୟ ଥିଲେ । ତାଙ୍କ ପରଲୋକ ଅଞ୍ଚଳର ସାଧାରଣ ଜନତା ବିଶେଷ କରି ଶ୍ରମଜୀବୀ  ଶୋକବ୍ୟକ୍ତ କରିଛନ୍ତି । ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସୁରେନ୍ଦ୍ର ମଲ୍ଲିକ, ପାର୍ଟି ରାଜ୍ୟ କମିଟି ସଭ୍ୟ ଅଚ୍ୟୁତ ପ୍ରଧାନ, ଜିଲ୍ଲା କମିଟି ସଭ୍ୟ ରାଧାବଲ୍ଲଭ ମଲ୍ଲିକ,ତରଙ୍ଗଣୀ ଦାଶ, ସଂଯୁକ୍ତା ନାୟକ, ବ୍ରହ୍ମାନନ୍ଦ ମଲିକ, ବିଜୟ ସାମଲ, ରମାକାନ୍ତ ସାମଲ, ପ୍ରଫୁଲ୍ଲ ସାମଲ ପ୍ରମୁଖ ତାଙ୍କ ଶବଧାରାରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶୋକବ୍ୟକ୍ତ କରିଛନ୍ତି ।