କମ୍ରେଡ ବନମାଳି ଦାସଙ୍କ ଜୟନ୍ତୀ ପାଳିତ 

 ନୀଳଗିରି, : ନୀଳଗିରି କଲ୍ୟାଣ ମଣ୍ଡପ ପରିସରରେ ସିପିଆଇ (ଏମ) ପ୍ରଥମ ରାଜ୍ୟ ସମ୍ପାଦକ କମ୍ରେଡ ବନମାଳି ଦାସଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଓ ଆଲୋଚନାଚକ୍ର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିନିମନ୍ତେ ଆୟୋଜିତ ସଭାରେ ସ୍ମୃତି କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ କୁମାର ପଣ୍ଡା ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ କାନ୍ତ ମିଶ୍ର ଯୋଗ ଦେଇଥିବାବେଳେ ଅନ୍ୟତମ ବକ୍ତା ତଥା ନୀଳଗିରି ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇଏମ୍ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ, ସିପିଆଇଏମ୍ ବାଲେଶ୍ୱର ଜିଲ୍ଲା ସମ୍ପାଦକ ଶିଶିର ହୁଇ, ସିପିଆଇଏମ୍ ରାଜ୍ୟ କମିଟି ସଭ୍ୟ ସିତାଂଶୁ ସେନାପତି, ନିର୍ମଳ ନାୟକ, ବନମାଳୀ ଦାଶ ସ୍ମୃତି କମିଟିର ଆବାହକ ବିଜୟ କୁମାର ପାତ୍ର, ନୀଳଗିରି ଆଂଚଳିକ କମିଟି ସମ୍ପାଦକ ଜ୍ୟୋତିର୍ମୟ ରାଉତ, ବନମାଳୀ ଦାଶଙ୍କ କନ୍ୟା ଉର୍ମିବାଳା ଦାସ  ଧନ୍ୟବାଦ ଦେଇଥିବାବେଳେ ବିଜୟ କୁମାର ପାତ୍ର ମଞ୍ଚ  ଆହ୍ୱାନ କରିଥିଲେ । ଜିଲ୍ଲା କମିଟି ସଭ୍ୟ ସତ୍ୟଜିତ ଦାସ, ଲକ୍ଷ୍ମୀଧର ସାହୁ, ଶ୍ୟାମ ସିଂ, ଦିବାକର ବାରିକ, ଦୀପ୍ତିମାନ ଆଚାର୍ଯ୍ୟ, ପ୍ରେମାଞ୍ଜନ ପାତ୍ର, ଦିଲ୍ଲୀପ ଗିରି, ରାଜକିଶୋର ଲେଙ୍କା, ଇଶାନୀ  ଷଡଙ୍ଗୀ, ରାଧା ଦାସ, ସୁରେଶ ନାୟକଙ୍କ ସମେତ ବହୁ ଆଇନଜୀବୀ, ବୁଦ୍ଧିଜୀବୀ, ତଥା ତିନି ଶହରୁ ଊର୍ଦ୍ଧ୍ୱ ବନମାଳୀ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।