କଲିକତାର ଦମ୍ପତିଙ୍କ ଦ୍ୱାରା ଭଦ୍ରକ ବାସôଲ୍ୟ ଅନୁଷ୍ଠାନରୁ ପୋଷ୍ୟ ସନ୍ତାନ ଗ୍ରହଣ 

 ଭଦ୍ରକ:  କଲିକତାର ଏକ ଦମ୍ପତି ଧାମରାଇ ନାମ୍ମି ୭ମାସର ଏକ ଶିଶୁ କନ୍ୟାକୁ ପୋଷ୍ୟସନ୍ତାନ ରୂପେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତ୍ ରାଏଙ୍କ ନିକଟରୁ ଗ୍ରହଣ କରିଛନ୍ତି । କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା ମାଧ୍ୟମରେ ସମ୍ଭାବ୍ୟ ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ  ଅନଲାଇନ ଜରିଆରେ ଆବେଦନ କରିଥିଲେ ଏବଂ ଦୀର୍ଘ ୪ବର୍ଷ ପରେ  ସ୍ୱତନ୍ତ୍ରୀକୃତ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ମାଧ୍ୟମରେ ଭଦ୍ରକ ବାସôଲ୍ୟ ଅନୁଷ୍ଠାନରେ ରହୁଥିବା ଶିଶୁ କନ୍ୟାକୁ ଗ୍ରହଣ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ଅବସରରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଦେବରାଜ ପାଣିଗ୍ରାହୀ, ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ବାସôଲ୍ୟର ସମ୍ପାଦିକା ପ୍ରମୁଖ ଉପସ୍ଥିତ ଥିଲେ ।ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ମାମଲା୨୨/୨୫ ରୁଜ୍ଜୁ କରି ତଦନ୍ତ ଚଳାଇଥିଲା ।