କାଠ ସହ ପିକଅପ ଜବତ

କପ୍ତିପଦା : ଲକ୍ଷାଧିକ ଟଙ୍କାର କାଠ ସହିତ ପିକଅପ୍ ଜବତ । ଉଦଳା ବନ ବିଭାଗ ବେଆଇନ ଭାବେ କାଠ ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଥିବା ଖବର ପାଇ କୁଆମରା ସେକ୍ସନ ଅଙ୍ଗାରଗଡିଆ ଅଞ୍ଚଳରେ ଚଢ଼ାଉ କରିଥିଲା । ବେଆଇନ ଭାବେ କୁଆମରା ଅଞ୍ଚଳରୁ କାଠ ନେଇ ବାଲେଶ୍ୱର ଜିଲ୍ଲା ଯାଉଥିବା ଓ.ଆର.୦୧ କେ ୧୮୧୭ ନମ୍ବର ବିଶିଷ୍ଟ ପିକଅପ ବନ ବିଭାଗ ହାବୁଡ଼ରେ ପଡିଥିଲା । ବନ ବିଭାଗକୁ ଦେଖି ଗାଡିର ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିବା ବେଳେ ବନ ବିଭାଗ କେବଳ କାଠ ଭର୍ତ୍ତି ପିକଅପ ଜବତ କରିଛି । ଜବତ ପିକଅପରେ ୩୫ ରୁ ଅଧିକ ନିମ୍ବ କାଠ ଲଗ ଥିବା ବେଳେ ଯାହାର ମୂଲ୍ୟ ଦେଢ଼ ଲକ୍ଷରୁ ଊଦ୍ଧ୍ୱର୍ ହେବ ବୋଲି କହିଛି ବନ ବିଭାଗ ।