ବେଦମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ସଦର ଅଞ୍ଚଳ
ବରୁଅାଁ: ନାମ ଯଜ୍ଞ ଓ ବେଦମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ସଦର ଅଞ୍ଚଳ ପ୍ରକମ୍ପିତ ହେଉଛି । ଯାଜପୁର ବ୍ଲକ ଅନ୍ତର୍ଗତ ମହେଶ୍ୱରପୁରର ମା’ବୁଢୀ ବାସୁଳେଇ, ନିଶ୍ଚନ୍ତା (ନିମକଣ) ମା’ବନଦୁର୍ଗା, ବରୁଆଁର ମା’ମଙ୍ଗଳା, କୁସୁନପୁରର ମା’ତାରାଦେବୀ, ଆଦି ଦେବୀ ପୀଠ ମାନଙ୍କରେ ମକର ସଂକ୍ରାନ୍ତି ଠାରୁ ତିନିଦିନ ବ୍ୟାପି ନାମ ଯଜ୍ଞ ଦେବୀଙ୍କର ବିଭିନ୍ନ ବେଶ, ତାରାଦେବୀ ପୀଠରେ ଭଉଣୀ ମିଳନ କୀର୍ତନ ଓ ଭଜନ ସାଙ୍ଗକୁ ପ୍ରତ୍ୟେକ ଦେବୀ ପୀଠ ମାନଙ୍କରେ ଯାଜ୍ଞିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ବେଦମନ୍ତ୍ର ଧ୍ୱନିରେ ସମଗ୍ର ଅଞ୍ଚଳ ଉତ୍ସବ ମୁଖରିତ ହେଉଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ପୀଠରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହେବା ସହ ଉଠା ଦୋକାନ ବଜାର ବସିଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଅନୁଷ୍ଠାନରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି । ବରୁଆଁରେ ସର୍ବମଙ୍ଗଳା ଯୁବ ନାଟ୍ୟ ସଂସଦ ଦ୍ୱାରା ନାଟକ ଗୁପ୍ତ ସମ୍ପର୍କ ଓ ହା କୃଷ୍ଣ ବୋଲିଯାଉ ଜୀବ ନାଟକ ମଞ୍ଚସ୍ଥ ହୋଇଥିବା ଜଣାପଡିଛି ।