କାର୍ଗିଲ ବିଜୟ ଦିବସ ପାଳିତ
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ମନ୍ମଥନାଥ ହାଇସ୍କୁଲର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ, ଗାଇଡ୍ ଓ ଷ୍ଟୁଡେଣ୍ଟ ପୁଲିସ କାଡେଟ୍ସର ଛାତ୍ରଛାତ୍ରୀଙ୍କ ଦ୍ୱାରା କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି । ପ୍ରଧାନଶିକ୍ଷକ ଅଶୋକ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଭାରପ୍ରାପ୍ତ ଅଧିକାରୀ ବନ୍ଦନା ପାତ୍ର ଯୋଗ ଦେଇ କାର୍ଗିଲ ବିଜୟ ଦିବସ ମହତ୍ତ୍ୱ ଓ ଭାରତୀୟ ଯବାନ ବୀର ସାହସୀ ସୈନିକ ନିଜ ଜୀବନକୁ ବାଜି ଲଗାଇ ନିଜ ମାତୃଭୂମିର ସୁରକ୍ଷା କିପରି କରିପାରିଥିଲେ ଏ କଥା କହି ଛାତ୍ରଛାତ୍ରୀଙ୍କ ଉତ୍ସାହ ବୃଦ୍ଧି କରିଥିଲେ । ଏନ୍ସିସି ଶିକ୍ଷକ ସରୋଜ ସ୍ୱାଇଁଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପରମବୀର ଚକ୍ର କ୍ୟାପ୍ଟନ ବିକ୍ରମ ବାଟ୍ରା, ମେଜର ରାଜେଶ ଅଧିକାରୀ, ପରମବିର ଚକ୍ର କାପଟେନ ମନୋଜ ପଣ୍ଡେଙ୍କ ଭଳି ୫୨୭ ଜଣ ବୀର ଯବାନ ଏହି ଯୁଦ୍ଧରେ ନିଜ ଜୀବନକୁ ମା ଭାରତୀ ପାଇଁ ବଳିଦାନ ଦେଇ ଭାରତକୁ ବିଜୟ ଲାଭ କରିଥିଲେ । ଭାରତୀୟ ବାୟୁସେନା ଓ ଭାରତୀୟ ନୌ ସେନା ର ଭୂମିକା ମଧ୍ୟ ଗୁରୁତ୍ୱ ପୂର୍ଣ୍ଣ ଥିଲା ବୋଲି ଗାଇଡ଼ କାପଟେନ ରଶ୍ମିତା ତରାଇ, କ୍ରୀଡା ଶିକ୍ଷକ ଶଶାଙ୍କ ଶେଖର ସାହୁ ଓ ତପସ୍ୱିନୀ ମଲ୍ଲିକ ପ୍ରମୁଖ ବୁଝାଇଥିଲେ । ଭାରତ ମାତା କି ଜୟ ଧୋନିରେ ଆଜି ଏକ ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା ।