କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼
ବିଞ୍ଝାରପୁର : ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ଡାକ୍ତର ହୃଦାନନ୍ଦ ଦାସଙ୍କୁ କିଛି ଯୁବକ ମାଡ଼ ମାରିଥିବା ସୁଚନା ମିଳିଛି । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଖିତିଶ ନାୟକ ଏଭଳି ସୂଚନା ଦେଇଥିବା ବେଳେ ଏସମ୍ପର୍କରେ ବିଞ୍ଝାରପୁର ଥାନାରେ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ପୁଲିିସ ପହଁଚିବା ପୂର୍ବରୁ ଆକ୍ରମଣ କାରୀ ଫେରାର ହୋଇଯାଇଥିଲେ । ଆକ୍ରମଣର କାରଣ ଜଣାପଡ଼ିଥିବା ବେଳେ ସମସ୍ତ ଆକ୍ରମଣ ଆକ୍ରମଣକାରୀ ବିଞ୍ଝାରପୁର ଅଂଚଳର ବୋଲି କହିଛନ୍ତି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ । ତେବେ ମେଡିକାଲ ପରିସରରେ ଲାଗୁଥିବା ସିସି ଟିଭି ଯାଂଚପରେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯିବା ସହ ତଦନ୍ତ କରାଯିବ ବୋଲି ସୁଚନା ମିଳିଛି ।