ଉଚିତ୍ ପ୍ରାପ୍ୟ ପାଇବାରେ ବିଳମ୍ବ : ଗୋ-ପାଳକଙ୍କ ତୀବ୍ର ଅସନ୍ତୋଷ

 ତିହିଡି :  ବର୍ଦ୍ଧିତ ଦର ଓ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବାରେ ବିଳମ୍ବତାକୁ ନେଇ ଦୁଗ୍ଧ ·ଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗୋ-ପାଳକଙ୍କ ସୁବଧା ପାଇଁ ରାଜ୍ୟ ସରକାର ଗତମାସରେ ଦୁଗ୍ଧ ଲିଟର ୩ ଟଙ୍କା ବୃଦ୍ଧି କରିଥିଲେ । ପରେ ଏକ ଟଙ୍କା ମିଳୁଥିବାବେଳେ ଆଉ ଦୁଇ ଟଙ୍କା ମିଳିବାରେ ଅହେତୁକ ବିଳମ୍ବ ହେଉଛି । ·ଷୀଙ୍କ ଆଧାର କାର୍ଡ ସଂଗ୍ରହ କରିବା ସହିତ ସେଗୁଡିକ ଡିବିଡି ଏକାଉଣ୍ଟରେ ଉକ୍ତ ଟଙ୍କା ଆସିବା ପାଇଁ ନୀତି ନିୟମ କରାଯାଇଛି । ହେଲେ ଅଧିକାଂଶ ·ଷୀଙ୍କ ପକ୍ଷରେ ଏହା ସମ୍ଭବ ହୋଇ ନ ପାରିବାରୁ ଉକ୍ତ ଟଙ୍କା ପାଇବାରେ ବିଳମ୍ବ ହେଉଛି । ଯାହାକୁ ନେଇ ଏପରି ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ କେନ୍ଦ୍ରର ଅପରେଟର ତାପସ ନାୟକ ·ଷୀଙ୍କ ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଅବଗତ କରିଛନ୍ତି ଏବଂ ଏହାର ସମାଧାନ କରାଗଲେ ସୁରୁଖୁରେ ଦୁଗ୍ଧ ସଂଗ୍ରହ ହୋଇ ପାରନ୍ତା ବୋଲି କହିଛନ୍ତି । ଭଦ୍ରକ ଜିଲ୍ଲାର ସର୍ବୋତ୍ତମ ଦୁଗ୍ଧ ଶୀତଳିକରଣ କେନ୍ଦ୍ର ଗୋଳାପୋଖରୀରେ ·ଷୀଙ୍କ ଅସନ୍ତୋଷ ପ୍ରକାଶ ପାଇଛି । ୫୧ଟି ସୋସାଇଟ୍କୁ ନେଇ ଗଠିତ ଉକ୍ତ କେନ୍ଦ୍ରରେ ୨ ହଜାରରୁ ଉର୍ଦ୍ଧ ·ଷୀ ଦୈନିକ ପ୍ରାୟ ୯ ହଜାର ଲିଟର ଦୁଗ୍ଧ ଏହି କେନ୍ଦ୍ରକୁ ଯୋଗାଇଥାନ୍ତି । ଏହି ବର୍ଦ୍ଧିତ ଦର ଓ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବାରେ ବିଳମ୍ବ ହେଉଥିବା ନେଇ ସରକାରଙ୍କ ଉପରେ ବର୍ଷିଥିଲେ । ବସନ୍ତ ନାୟକ, ସଞ୍ଜୟ ମଲ୍ଲିକ, ନିରଞ୍ଜନ ମଳିକ, ରାଜେନ୍ଦ୍ର ଦାସ, ନିର୍ମଳ କର, ରବିନାରାୟଣ ସାହୁ, ଭାଗିରଥି ଦାସ, ପ୍ରସାଦ ଦିକ୍ଷିତ, ଅଜୟ ନାୟକ, ରତ୍ନାକର ବେହେରା, ସୁରେଶ ନାୟକ, ମହେନ୍ଦ୍ର ସିଂ ଓ ଅଞ୍ଜନ ରାଉତ ପ୍ରମୁଖ ସରକାରଙ୍କ ଘୋଷଣାକୁ ଶିଘ୍ର କାର୍ଯ୍ୟ କରିବାକୁ ଦାବି କରିଛନ୍ତି ।