କିଶୋରୀ ମେଳା ଅନୁଷ୍ଠିତ
ଆସିକା: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସମନ୍ୱିତ ଶିଶୁ ବିକାଶ ପକ୍ଷରୁ ପ୍ରତ୍ୟେକ ଅଙ୍ଗନବାଡି ସେକ୍ଟର ମାନଙ୍କରେ କିଶୋରୀ ମେଳା ଅନୁଷ୍ଠିତ ହେବାର ନିୟମ ରହିଛି । ସେହିକ୍ରମରେ ଆସିକା ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧୀନରେ ଥିବା କାଳଷଣ୍ଢପୁର ଓ ବାବନପୁର ସେକ୍ଟର ରେ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ୧୫-୧୯ ବର୍ଷ ବୟସ କିଶୋରୀ ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସେକ୍ଟର ଅଞ୍ଚଳ ପରିଦର୍ଶିକା ଦୀପ୍ତି ଧୋବାଙ୍କ ସଂଯୋଜନାରେ ସିଡିପିଓ ଇନ୍ଦିରା ମହାପାତ୍ର, ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକ, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାଦିନ ପ୍ରଧାନ, ଅନିତା ସ୍ୱାଇଁ, ମହିଳା ସ୍ୱାସ୍ଥ୍ୟ କର୍ମୀ ଏଲ ଅମ୍ବିକା ରେଡି, ବିଷ୍ନୁପ୍ରିୟକ୍ଷ ମଲ୍ଲିକ, ୱାର୍ଡ ମେମ୍ବର ରଶ୍ମିତା ସେଠୀ, ସନ୍ତୋଷ ନାୟକ, ପ୍ରଯୁକ୍ତା ଆଚାର୍ଯ୍ୟ,ପ୍ରମୁଖ ଉପସ୍ଥିତ ରହିଥିଲେ । ମେଳାରେ ଉପସ୍ଥିତ ଥିବା କିଶୋରୀ ମାନଙ୍କ ଉଚ୍ଚÿତା, ଓଜନ, ହିମୋଗ୍ଲୋବିନ ପରୀକ୍ଷା, ଋତୁଶ୍ରାବ ଜନିତ ସମସ୍ୟା, ଉପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାପରେ କିଶୋରୀମାନଙ୍କ ମଧ୍ୟରେ ନାଚ, ଗୀତ, ଚିତ୍ର, ବକୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସେକ୍ଟରର କିଶୋରୀମାନଙ୍କୁ ପୃଷ୍ଟି ହୀନତା ଦୂରୀକରଣ ନିମନ୍ତେ ପୃଷ୍ଟିକର ଖାଦ୍ୟକୁ ଆପେଣେଇବା, ଆବଶ୍ୟକ ହେଲେ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାରୁ ସରଳ ଚିକିସôା ପାଇଁ ଶ୍ରଦ୍ଧା କ୍ଲିନିକକୁ ଆସି ଚିକିସôା ହେବା, ବାଲ୍ୟ ବିବାହକୁ ନା କହିବା, ଆତ୍ମ ନିର୍ଭରଶିଳ ପ୍ରତି ଧ୍ୟାନ ଦେବାକୁ ଅତିଥି ମାନେ ପରାମର୍ଶ ପ୍ରଦାନ କରିଥିଲେ । ଏହି କିଶୋରୀ ମେଳାରେ ବାବନପୁର ଠାରେ ୧୫ ଗୋଟି ଅଙ୍ଗନବାଡିକେନ୍ଦ୍ରରୁ ୯୦ ଜଣ କିଶୋରୀ ଯୋଗ ଦେଇଥିବା ବେଳେ କାଳଷଣ୍ଢପୁର ଠାରେ ୧୯ ଗୋଟି ଅଙ୍ଗନବାଡି କେନ୍ଦ୍ର ର ୬୦ ଜଣ କିଶୋରୀ ଯୋଗ ଦେଇଥିଲେ ।