କୁକର୍ମ ଅଭିଯୁକ୍ତ ନିଦେ୍ର୍ଦାଷରେ ଖଲାସ

 ନବରଙ୍ଗପୁର  : ନବରଙ୍ଗପୁର ସ୍ୱତନ୍ତ୍ର  ପୋସ୍କୋ କୋର୍ଟର ବିଚାରପତି ବାସୁଦେବ ଆଚାର୍ଯ୍ୟ ଏକ କୁକର୍ମ ଘଟଣାର ବିଚାରଣା କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଯୋଗେଶ ଭତରାକୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ସୂଚନା ଅନୁଯାୟୀ, ନବରଙ୍ଗପୁର ଥାନା ଅନ୍ତର୍ଗତ ତାରାଗାଁ ଗ୍ରାମର ସୋମନାଥ ହରି ଜନ ଗତ ୦୬/୧୧/୨୦୨୩ ତାରିଖ ଦିନ ନବରଙ୍ଗପୁର ଥାନାରେ କେସ୍ ନମ୍ବର ୪୫୬/୨୩ ପ୍ରକାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କ ଝିଅକୁ ନାନା ପ୍ରକାର ଭାବରେ ପ୍ରଲୋଭିତ କରି ପଖନାଗୁଡା ଗ୍ରାମର ଯୋଗେଶ ଭତରା ତାହା ସହ କୁକର୍ମ କରିଛି  । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଯୋଗେଶ ଭତରାକୁ କୋର୍ଟ ଚାଲାଣ କରିବା ସହ ତା ନାମରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୬୩/୩୭୬( ୨ ) ୩୭୬(୩) ଓ ସ୍ୱତନ୍ତ୍ର ପୋସ୍କୋ ଆଇନ ୨୦୧୨ ର ଧାରା ୪(୨) ୬ ପ୍ରକାରେ ମାମଲା ରୁଜୁ କରିଥିଲେ । ସମସ୍ତ ୨୭ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି  ବିଚାରପତି ଶ୍ରୀ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଯୋଗେଶ ଭତରାକୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ ନରସିଂହ ତ୍ରିପାଠୀ ମାମଲାକୁ ପରିଚାଳନା କରୁଥିଲେ ।