କୁକୁଡ଼ା ପାଳନ ପ୍ରଶିକ୍ଷଣ ଶିବିର
ନୂଆପଡା: ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକର ପବିତ୍ର ତୀର୍ଥ ପୀଠ ପାତାଳ ଗଙ୍ଗା (କୋଟଗାଁ) ସ୍ଥିତ ବନ ବିଭାଗ ବଙ୍ଗଳା ଠାରେ ବୋଡେନ ବ୍ଲକ ଅନ୍ତର୍ଗତ ଭଇସାଦାନୀ, ନାଗ ପଡା ଓ ବୋଇରଗାଁ ପଞ୍ଚୟତର ୧୨ ଟି ଗ୍ରାମରେ ଅଜିମ ପ୍ରେମଜୀ ଫାଉଣ୍ଡେସନ ସହାୟତା କାର୍ଯ୍ୟ କରୁଥିବା ଆଦିବାସୀ ପ୍ରକଳ୍ପରେ ଘର ଅଗଣାରେ ଦେଶୀ କୁକୁଡା ପାଳନ ଉପରେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମଟି ‘ୟାର’ ଅନୁଷ୍ଠାନ ଖଡିଆଳ ଆନୁକୂଲ୍ୟରେ ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ ସହାୟତାରେ ଅନୁଷ୍ଠିତ ହୋଇଥିଲା । ମୋଟ ତିନୋଟି ପଞ୍ଚୟତର ୫୦ଜଣ ହିତାଧିକାରୀ ତାଲିମରେ ଅଂଶଗ୍ରହଣ କରିଥିଲେ । ୟାର ଅନୁଷ୍ଠାନର ସମ୍ପାଦକ ହରିଦାସ ପଟେଲ ତାଲିମଟିକୁ ପରିଚାଳନା କରିଥିବାବେଳେ ଖୁସିରାମ ଭୋଇ, ହୁଳେଶ୍ୱର ମାଝି, ପ୍ରବୀଣ ପଟେଲ ଓ ଲୋକନାଥ ମାଝୀ ସହଯୋଗ କରିଥିଲେ । ଉକ୍ତ ତାଲିମରେ ତାଲିମଦାତା ଭାବରେ ବୋଡନ ବ୍ଲକ ପଶୁପାଳନ ଚିକିତ୍ସା ଅଧିକାରୀ ଡକ୍ଟର ସମର୍ପଣ ମିଶ୍ର ଉପସ୍ଥିତ ରହି ଘର ଅଗଣାରେ ଦେଶୀ କୁକୁଡା ପାଳନ କରିବା ଉପରେ ତାଲିମ ପ୍ରଦାନ କରିଥିଲେ । ଦେଶୀ କୁକୁଡା ଘର ତିଆରି, ତାର ଯନô, ରୋଗ ଓ କୁକୁଡାର ଉପଚାର ଉପରେ ବୁଝାଇଥିଲେ । ୟାର ଅନୁଷ୍ଠାନ କରୁଥିବା ଆଦିବାସୀ ପ୍ରକଳ୍ପରେ ମହିଳା ମୁଖ୍ୟ ପରିବାର, ବିଧବା ପରିବାର, ଜମିହୀନ ପରିବାର, ବିକଳାଙ୍ଗ ମାନଙ୍କୁ ଚିହ୍ନଟି କରଣ କରି ସେମାନଙ୍କୁ ୩୦ ଗୋଟି ଦେଶୀ କୁକୁଡା ସହାୟତା କରିବା ସହିତ କୁକୁଡା ଘର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ତାଙ୍କର ଜୀବନ ଜୀବିକା, ପୃଷ୍ଟିକର ଖାଦ୍ୟ ତଥା ଆର୍ଥôକ ଉନ୍ନତି ହେବ ବୋଲି ବୁଝାଇ ଥିଲେ । ପରିଶେଷରେ ଖୁସିରାମ ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ ।