କୃଷକ ଉତ୍ପାଦକ ସଂଘର ସମୀକ୍ଷା 


ବ୍ରହ୍ମପୁର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସଂପ୍ରସାରଣ ଶିକ୍ଷା ନିଦେ୍ର୍ଦଶାଳୟର କୃଷକ ଉତ୍ପାଦକ ସଂଘ ଉକôର୍ଷ କେନ୍ଦ୍ର ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ସମୀକ୍ଷା କର୍ମଶାଳାରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ରୟଗଡା ଜିଲ୍ଲାରୁ ପ୍ରାୟ  କୃଷକ ଉତ୍ପାଦକ ସଂଘର ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ । କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ, ବ୍ରହ୍ମପୁରର ସମନ୍ୱୟରେ ସ୍ଥାନୀୟ ବିଘ୍ନାନ ବୈଷୟିକ ଅନୁଷ୍ଠାନରେ ଅନୁଷ୍ଠୀତ ହୋଇଥିବା  ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପ ଉଦ୍ୟାନ ନିଦେ୍ର୍ଦଶକ କନ୍ଧ ଜେନା, ନାବାର୍ଡ ବ୍ୟାଙ୍କ୍ ର ଜିଲ୍ଲା ଉପ ନିବନ୍ଧକ ଡ. ସଂଜୀବ ମିଶ୍ର, ଓରମାସ୍ର ମ୍ୟାନେଜର ଶ୍ରୀନିବାସ ରାଓ, ଜିଲ୍ଲା ମୁଖ୍ୟ ବ୍ୟାଙ୍କ୍ ଅଧିକାରୀ ହିମାଚଳ ସାହୁ, କୃଷି ଜିଲ୍ଲା ଅଧିକାରୀ ସୁରେଶ ମଲ୍ଲିକ, ଓୟୁଏଟି ଚିପିଲିମା କୃଷି ମହାବିଦ୍ୟାଳୟର ସହଯୋଗୀ ପ୍ରଫେସର୍ ଡ୍ ରଞ୍ଜନ କୁମାର ତରାଇ, କେଭିକେ ଗଞ୍ଜାମ-୧ ର ମୁଖ୍ୟ ବୈଜ୍ଞାନିକ ଡ ସୁତନୁ କୁମାର ଶତପଥୀ, କେଭିକେ ଗଜପତି ର ପ୍ରମୁଖ ବୈଜ୍ଞାନିକ ଡ ସଂଗ୍ରାମ ପରମଗୁରୁ ଓ କେଭିକେ ରାୟଗଡ଼ାର ବୈଜ୍ଞାନିକ ଗଣ ଯୋଗ ଦେଇଥିଲେ । ଓୟୁଏଟି ସମ୍ପ୍ରସାରଣ ନିଦେ୍ର୍ଦଶାଳୟର ଯୁଗ୍ମ ନିଦେ୍ର୍ଦଶକ ତଥା କୃଷକ ଉତ୍ପାଦନ ସଂଘ ଉକôର୍ଷ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ସର୍ବାଣୀ ଦାସ କର୍ମଶାଳାର ଅଧ୍ୟକ୍ଷତା କରି ଉକôର୍ଷ କେନ୍ଦ୍ରର ଆଭିମୁଖ୍ୟ ଓ କାର୍ଯ୍ୟଧାରା ଉପରେ ସମ୍ୟକ ସୂଚନା ଦେବା ସହିତ କୃଷି ବିଶ୍ୱ ବିଦ୍ୟାଳୟ କୃଷକ ଓ କୃଷିଜୀବୀ ମାନଙ୍କର  ଉନ୍ନତି ଓ ବିକାଶ ନିମନ୍ତେ ସଦାସର୍ବଦା ଚେଷ୍ଟିତ ବୋଲି ମତ ଦେଇଥିଲେ  । ସଂଘ ଗୁଡ଼ିକର ବର୍ତ୍ତମାନର କାର୍ଯ୍ୟପନ୍ଥା ଓ ଭବିଷ୍ୟତର କାର୍ଯ୍ୟ ଖସଡ଼ା ଉପରେ ଆଲୋଚନା କରିଥିଲେ  । ଉପ ଉଦ୍ୟାନ ନିଦେ୍ର୍ଦଶକ ସରକାରଙ୍କର ବିଭିନ୍ନ ସଂଘ ଆଭିମୁଖି ଯୋଜନା ଗୁଡିକ ଉପସ୍ଥାପନ କରିବା ସହିତ ଚାଷୀ ଓ ବ୍ୟବସାୟଙ୍କର ସମନ୍ୱୟ ଦ୍ୱାରା କୃଷକ ଉତ୍ପାଦକ ସଂଘ ସୁଦୃଢ ହୋଇ ପାରିବ ବୋଲି କହିଥିଲେ । ଜିଲ୍ଲା ମୁଖ୍ୟ ବ୍ୟାଙ୍କ୍ ଅଧିକାରୀ ବ୍ୟାଙ୍କର ସହଯୋଗିତାରେ କୃଷକ ଉତ୍ପାଦକସଂଘ ଆଗକୁ ବଢିବା ସହିତ ସରଳିକୃତ ନବୀକରଣ ଉପରେ ମତ ବ୍ୟକ୍ତ କରିଥିଲେ । କୃଷକ ଉତ୍ପାଦକ ସଂଘ ସହିତ ନାବାର୍ଡ ଯୋଡ଼ି ହୋଇ ରହିଛି ଏବଂ ଆଗକୁ ଆହୁରି ସାଯୋଗିତା ଜାରି ରହିବ ବୋଲି ନାବାର୍ଡ ଉପର୍ନିେଶକ ପରିପ୍ରକାଶ କରିଥିଲେ  । ଉଦ୍ୟାନ କୃଷି ଭିତ୍ତିକ ରପ୍ତାନି ଉପଯୋଗୀ ବିଭିନ୍ନ ପନିପରିବା ଓ ଫଳ ଚାଷକୁ  ଗୁରୁତ୍ୱ ଦେବା ସହିତ ବିପଣନ ଉପରେ ଚିପିଲିମା କୃଷି ମହାବିଦ୍ୟାଳୟର ସହଯୋଗୀ ପ୍ରଫେସର ଧାରଣା ଦେଇଥିଲେ  । କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ-୨ ର ମୁଖ୍ୟ ବୈଜ୍ଞାନିକ ଡ଼.  ସୁଜିତ କୁମାର ନାଥ କର୍ମଶାଳା ପରିଚାଳନା କରି କେଭିକେ ଉତ୍ପାଦକ ସଂଘକୁ ସୁଦୃଢ଼ କରିବା କାର୍ଯ୍ୟକ୍ରମକୁ ସଦାସର୍ବଦା ଚେଷ୍ଟିତ ବୋଲି ପ୍ରକାଶ କରିଥିଲେ  । ଏହି କର୍ମଶାଳାରେ ଓୟୁଏଟି ର ଫୁଲବାଣୀ ସ୍ଥିତ ଆଞ୍ଚଳିକ ଗବେଷଣା କେନ୍ଦ୍ର ର ର୍ନିେଶକ ଡ଼ ଜ୍ଞାନଲୋକ ଦାଶ ଯୋଗଦେଇ, ଚାଷ ର ଆଧୁନୀକରଣ ଏବଂ ଚାଷୀ କୁଳର ଉନ୍ନତି ଓ ବିକାଶ ଧାରାରେ କୃଷକ ଉତ୍ପାଦକ ସଂଘର ଭୂମିକା ଉପରେ ଆଲୋଚନା କରିଥିଲେ । ଉପସ୍ଥିତ ୪ ଟି ଜିଲ୍ଲାରୁ ଆସିଥିବା କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତା ଓ ଅଧିକାରୀ ମାନଙ୍କ ମଧ୍ୟରେ ଆଗକୁ କିପରି ସଂଘ ଗୁଡିକ ଉନ୍ନତି ପଥରେ ଆଗେଇଚାଲି, ବିକାଶଧାରାକୁ ତ୍ୱରାନ୍ୱିତ ରଖିବା ପାଇଁ ସବିଶେଷ ମତ ପ୍ରକାଶ ପାଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଗଣ ଡ଼ ଦେବାଶିଷ ଷଡଙ୍ଗୀ, ଡ଼ ସିଦ୍ଧର୍ଥ ଦାସ, ଦେବାଶିଷ ମହାନ୍ତି, ସସ୍ମିତା ପ୍ରିୟଦର୍ଶିନୀ  କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ ।