ପରିବାରକୁ ଭେଟିଲେ ପ୍ରୀତି ଶ୍ରଦ୍ଧାଞ୍ଜଳି ଜଣାଇଲେ କ୍ଲବ ସଦସ୍ୟ

ରଗଡି : କୋରେଇ ବ୍ଲକ କନ୍ତୋର ପଂଚାୟତ ପୂର୍ବତନ ସରପଂଚ ତଥା ବିଶିଷ୍ଟ ଫୁଟବଲ ଖେଳାଳି ରାମଚନ୍ଦ୍ର ଭଞ୍ଜଙ୍କ ପରଲୋକରେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ତାଙ୍କ ସହ୧ନଂ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ତରାଇ, ବ୍ରଜ କିଶୋର ରାଉତ, ସନ୍ତୋଷ ତରାଇ ଓ ନୀଳକଣ୍ଠ ସେନାପତି, ଶ୍ରୀଧର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଫୁଟବଲ୍ ଖେଳାଳି ରାମ ଚନ୍ଦ୍ରଙ୍କ ବିୟୋଗରେ ବ୍ୟାସନଗର ବଏଜ କ୍ଲବ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସଭାପତି ବିଶ୍ୱମ୍ବର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ସମ୍ପାଦକ ମନୀନ୍ଦ୍ର ଧଳ, ମୁଖ୍ୟ ଉପଦେଷ୍ଟା ହାରାଧନ ବାନାର୍ଜୀ, ନିଗମାନନ୍ଦ ମହାନ୍ତି, ପ୍ରଭାତ ମହାପାତ୍ର, ରାଜେନ୍ଦ୍ର ସାମଲ, ରବୀନ୍ଦ୍ର ମଲ୍ଲିକ, ମନୋଜ ମହାନ୍ତି, ଜ୍ଞାନରଞ୍ଜନ ପଟ୍ଟନାୟକ, ବାଦଲ ମହାନ୍ତି, ପ୍ରଶାନ୍ତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଭଞ୍ଜଙ୍କ ବହୁ ମୁଖି ପ୍ରତିଭା ସମ୍ପର୍କରେ ଆଲୋକ ପାତକରିଥିଲେ ।