କୃଷି ସମବାୟରେ ଚାଷୀଙ୍କ ନାଁରେ ଅର୍ଥ ହଡ଼ପ

ବିଞ୍ଝାରପୁର : ନିର୍ବାଚନ ମଣ୍ଡଳୀ ଗ୍ରାମ ନନ୍ଦିପୁର କୃଷି ସମବାୟ ସମିତିରେ ଚାଷୀ ଋଣ ଅର୍ଥ ବ୍ୟାପକ ଅନିୟମିତତା ଦେଖାଦେଇଛି । ପାଖାପାଖି ୧୬ଲକ୍ଷରୁ ଊଦ୍ଧ୍ୱର୍ ଅର୍ଥ ଚାଷୀଙ୍କ ନାମରେ ଋଣ ହୋଇ ଏହା ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କ ଆକାଉଣ୍ଟରେ ଡିପୋଜିଟ ହୋଇଥିବା ଅଭିଯୋଗ ଆସିଛି । ଏପଟେ ଚାଷୀଙ୍କୁ ଭୁଆଁ ବୁଲାଇ ଦୁଇରୁ ୩ ହଜାର ଦେଇ ଚେକ୍‌ରେ ଦସ୍ତଖତ କରାଇ ବ୍ୟାଙ୍କ୍‌ରୁ ଟଙ୍କା ଉଠାଯାଉଥିବା ଖବର ମିଳିଛି । ସମବାୟ ସମିତିର ସମ୍ପାଦକ କେବଳ ଉକ୍ତ ଋଣ ଅର୍ଥର କିଛି ଭାଗ ନେଇ ଚୁପ୍‌ ବସିଥିବା ବେଳେ ନିର୍ଦ୍ଧିଷ୍ଟ ଦୁଇ ତିନି ଜଣ ବ୍ୟକ୍ତି ଏହି ଋଣ ଅର୍ଥକୁ ନିଜର ପୈତୃକ ରୋଜଗାର ଅର୍ଥ ଭାବି ବାଣ୍ଟି ନେଇଥାଆନ୍ତି । ୨୦୨୩-୨୪ ଆର୍ôଥକ ବର୍ଷରେ ପାଖାପାଖି ୭୫ଲକ୍ଷରୁ ଊଦ୍ଧ୍ୱର୍ ଚାଷୀ ଋଣ ଅର୍ଥ ମଧ୍ୟ ସମ୍ପାଦକ, ସଭାପତି ଓ ନିର୍ଦ୍ଧିଷ୍ଟ ବ୍ୟକ୍ତି କଟକ ସେଣ୍ଟ୍ରାଲ ସମବାୟ ବ୍ୟାଙ୍କ ଦଶରଥପୁର ଶାଖାର ପରିଚାଳକଙ୍କୁ ଢାଲ କରି ଆତ୍ମସାତ୍‌ କରିଥିବା ଘଟଣା ପଦାକୁ ଆସିଥିଲା । ହେଲେ ଖାଲି ସମ୍ପାଦକ, ସଭାପତି ନୁହଁ ବରଂ ପୂର୍ବ ବିଜେଡ଼ି ସରକାରର ଦଶରଥପୁର ଓ ବିଞ୍ଝାରପୁର ଅଞ୍ଚଳର ବାହୁବଳୀ ନେତାଙ୍କ ମଧ୍ୟ ଏହି ଲୁଟରେ ହାତ ଥିବା ଜଣାପଡିଥିଲା । ଯାହାକୁ ଚାପି ଦେବା ପାଇଁ ଅନେକ ପ୍ରକାର ଭୟ ଓ ପ୍ରଲୋଭନ ଦେଖାଯାଇ ଏହି ଘଟଣାକୁ ଚାପି ଦିଆଯାଇଥିଲା । ତେବେ ୨୦୨୫ ମସିହାରେ ସରକାର ପରିବର୍ତ୍ତନ ହେଲା । ଦୁର୍ନୀତିକୁ ରୋକ୍‌ ଲଗାଇବାକୁ ଅନେକ ଗୁଡ଼ିଏ ପ୍ରତିଶ୍ରୁତି ଦେଇ ଆସିଥିବା ସରକାରରେ ପୁଣି ଉକ୍ତ ଗ୍ରାମ ନନ୍ଦିପୁର କୃଷି ସମବାୟ ସମିତିରେ ପାଖାପାଖ ୧୬ଲକ୍ଷ ଟଙ୍କା ଚାଷୀଙ୍କ ନାମରେ ଋଣ କରାଯାଇ ଏହାକୁ ନିର୍ଦ୍ଧିଷ୍ଟ କିଛି ଆକାଉଣ୍ଟରେ ଡିପୋଜିଟ କରାଯାଇ ଆତ୍ମସାତ୍‌ କରାଯାଇଛି । କାହାର କିଛି ପ୍ରଶ୍ନର ଉତ୍ତର ନ ଦେବାର ବାହାନା କରି ସଂପୃକ୍ତ ସଂପାଦକ ନିଜର ମୋବାଇଲକୁ ବି ସବୁ ସମୟରେ ସୁଇଚ୍‌ ଅଫ କରି ରଖୁଛନ୍ତି । ଚାଷୀଙ୍କ ନାମରେ ହେଇଥିବା ଋଣ ଅର୍ଥ ଚାଷୀ ନିଜେ ସିଧାସଳଖ ବ୍ୟାଙ୍କ୍‌ରୁ ଟଙ୍କା ଉଠାଇବା ବଦଳରେ ନିର୍ଦ୍ଧିଷ୍ଟ ବ୍ୟକ୍ତି ଏହି ସମସ୍ତ ଅର୍ଥକୁ ଉଠାଇବା ପଛରେ ପୁରା ବ୍ୟାଙ୍କ୍‌ର ସ୍ୱଚ୍ଛତା କେତେ ବେଶ୍‌ ବାରି ହୋଇପଡୁଛି । ସମସ୍ତ ଘଟଣାକୁ ଖୋଦ୍‌ ପରିଚାଳକ, ଫିଲ୍ଡ ଅଫିସର୍‌ଙ୍କ ଜ୍ଞାତସାରରେ ହେଉଥିବା ଥିବା ଅଭିଯୋଗ ହେଉଛି । ଏ ସଂପର୍କରେ ଉକ୍ତ ଶାଖାର ପରିଚାଳକଙ୍କୁ ପଚାରିବାରୁ କଥା ବୁଲାଇ ଘଟଣା ଓ ଦୋଷୀଙ୍କୁ ଘଣ୍ଟ ଘଡାଇ ରଖିଲା ଭଳି କଥା କହି ପୁରା ଘଟଣା ଏଡାଇ ଦେବାକୁ ବସିଛନ୍ତି । ତେବେ ଉକ୍ତ ଘଟଣାର ଭିଜିଲାନ୍ସ ତଦନ୍ତ ସହ ବ୍ୟାଙ୍କ୍‌ କ୍ୟାସ ଡ୍ରୟର ସ୍ଥାନରେ ଲାଗିଥିବା ସିସି ଟିଭି ଯାଞ୍ଚ କଲେ, କେତେ ସଚ୍ଛ ଦଶରଥପୁର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ତାହା ସାମ୍ନାକୁ ଆସିବ ବୋଲି ସାଧାରଣରେ କୁହାଯାଇଛି ।