କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଜୟନ୍ତୀ 

 ଭଦ୍ରକ : ଭଦ୍ରକ ଜିଲ୍ଲାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜିଲ୍ଲାସ୍ତରୀୟ  ୧୩୪ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଛି  । ଏହି ସମାରୋହରେ ଜିଲ୍ଲାପାଳ ଦିଲୀପ ରାଉତରାଏ, ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିଲେ । ସମ୍ମାନିତଅତିଥି ମୁଖ୍ୟବକ୍ତା ଅଭୟ ଦ୍ୱିବେଦୀ, ସମ୍ମାନିତଅତିଥି ଭାବେ ସମ୍ପାଦକ, ଉକôଳ ସମ୍ମିଳନୀ ଅଜୟ ନାୟକ, ସାହିତି୍ୟକ ଇଂ.ଅଭୟ ସୂତାର, ଅଧିବକ୍ତା ଗଦାଧର ବଳ, ଜିଲ୍ଲା ସଂସ୍କୃତି ଅଧିକାରି ତନୁଜା ଶିର୍କ, ଅତିରିକ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶାଶ୍ୱତ ପଟ୍ଟନାୟକ ଯୋଗଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ସମସ୍ତ ଅତିଥି ଓ ବକ୍ତା ନୂତନ ଓଡ଼ିଶା ପ୍ରଦେଶ ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅନନ୍ୟ ଅବଦାନକୁ ସ୍ମରଣ କରିଥିଲେ । ସଭାରେ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ, ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ମହାସଂଘ କର୍ମକର୍ତ୍ତା ଓ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ ।