କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦର ସମ୍ବର୍ଦ୍ଧନା ସଭା
ରାଜନଗର: ରାଜନଗର ବ୍ଲକ କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ତରଫରୁ ସ୍ୱର୍ଗତା ଛଇଳା ବାଳା ପରିଡାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଚାନ୍ଦିବାଉଶମୂଳ ପଞ୍ଚାୟତର ସମିତି ସଭ୍ୟା ସସ୍ମିତା ସ୍ୱାଇଁଙ୍କୁ "ଛଇଳା ବାଳା ପରିଡ଼ା ଗୌରବ ସମ୍ମାନ-୨୦୨୫’ ପ୍ରଦାନ କରାଯାଇଛି । ସଂସଦ ସଭାପତି ଆଇନଜୀବୀ ଧୀରେନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ସରପଞ୍ଚ ଚିତ୍ତରଞ୍ଜନ ପଣ୍ଡା, ସମାଜସେବୀ ଗଗନ ବଳ, ଶିକ୍ଷାବିତ୍ ଅନିରୁଦ୍ଧ ପଢିହାରୀ, ଶ୍ରୀଯୁକ୍ତ ବେହେରା, ସାବିତ୍ରୀ ଦେବୀ ବାଳିକା ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ସମୀରଣ ମଣ୍ଡଳ, ଅବସରପ୍ରାପ୍ତ ଶିକ୍ଷାବିତ ରଙ୍ଗାଧର ଜେନା ଉପସ୍ଥିତ ରହି ସ୍ୱର୍ଗତା ପରିଡାଙ୍କ ଆଦର୍ଶ ଅନୁଗାମୀ ସସ୍ମିତା ସ୍ୱାଇଁଙ୍କୁ ସମ୍ମାନ ପ୍ରଦାନ କରିଥିଲେ ।