କେନାଲରେ ବୁଡି ଜଣେ ମୃତ
ବାଲିଅନ୍ତା : କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନ କଣାସ ଶାଖା କେନାଲରେ ବୁଡି ଜଣେ ଯୁବକଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ବାଲିପାଟଣା ଥାନା ବାଗଲପୁର ଗ୍ରାମର କାଳନ୍ଦୀ ଚରଣ ସ୍ୱାଇଁ । ସେ ଉତ୍ତରା ସ୍ଥିତ ଏକ ହୋଟେଲରେ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ଖବର ନେବାରେ ଜଣାପଡିଛି କାଳନ୍ଦୀ ଦୀର୍ଦ୍ଧ ବର୍ଷ ହେବ ଉକ୍ତ ହୋଟେଲରେ କାମ କରୁଥିଲେ । ପ୍ରତିଦିନ ଭଳି ଆଜି ସକାଳ ୮ ଟାରେ ଶୌଚ ହେବାପାଇଁ ନିକଟସ୍ଥ କଣାସ ଶାଖା କେନାଲକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ସେ ବୁଡି ଯାଇଥିଲେ ସେଠାରେ ଶୌଚ ହେଉଥିବା ଅନ୍ୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥଲେ । ମାତ୍ର ସେଠାରେ ଚିକିଶ୍ଚିତ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା । ଏନେଇ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।