ନଷ୍ଟ କରିଦେଇଛନ୍ତି ସବୁଜ ବଳୟ : ଇଡ୍କୋ ପମ୍ପ୍ ହାଉସ ପାଇଁ ନଦୀ ପଠାରୁ ଉଠୁଛି ମାଟି 

 ଯଖପୁରା: କୋଟି କୋଟି ଟଙ୍କାର ପମ୍ପ ହାଉସ ନିର୍ମାଣ କରାଯାଉଛି । ଇଡ୍କୋ ପମ୍ପ୍ ହାଉସ ନିର୍ମାଣ କରି ଟାଟା କମ୍ପାନୀକୁ ହସ୍ତାନ୍ତର କରିବ । ଦିନ ରାତି କାମ ଚାଲିଛି । କିନ୍ତୁ ଇଡ୍କୋ ନିଜର ପମ୍ପ୍ ହାଉସ ପାଇଁ ସାଧାରଣ ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେବାକୁ ପଛାଉନି । ଦାନଗଦୀ ବ୍ଲକ୍ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତର ବ୍ରାହ୍ମଣୀ ବ୍ରିଜ୍ ନିକଟରେ ଇଡକୋ ତାର ପାଣି ପମ୍ପ ହାଉସ ସମ୍ପ୍ରସାରଣ କରୁଛି । ପମ୍ପ୍ ହାଉସ ପାଇଁ ପ୍ରାୟ ୧୯କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଇଡ୍କୋ ଏତେ ପରିମାଣର ଟଙ୍କା ଖର୍ଚ୍ଚ କରୁଥିବା ସତ୍ୱେ ନିଜର ପମ୍ପ ହାଉସ ପାଇଁ ସାଧାରଣ ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଥିବାର ଦେଖିବାକୁ ମିଳୁଛି । ପମ୍ପ୍ ହାଉସ ପାଇଁ ଆବଶ୍ୟକ ପଡୁଥିବା ମାଟିକୁ ବେଆଇନ ଭାବରେ ବ୍ରାହ୍ମଣୀ ନଦୀ କୁଳରୁ ଉଠାଉଛି । ସାଧାରଣ ଲୋକ ପାଇଁ ଉଦ୍ଧିଷ୍ଟ ଥିବା ବ୍ରାହ୍ମଣୀ ନଦୀ ପଠାରୁ ମାଟି ଖୋଳୁଛି । ସେହି ମାଟିକୁ ନିଜର ପମ୍ପ ହାଉସରେ ବ୍ୟବହାର କରୁଛି । ମାଟି ଖୋଳେଇ ହେଉଥିବାରୁ ନଦୀ ପଠାରେ ଗଭୀର ଗାତ ସୃଷ୍ଟି ହେଉଛି । ଯାହା ଭବିଷ୍ୟତ ପାଇଁ ବିପଦ ।
ବ୍ରାହ୍ମଣୀ ବ୍ରିଜ ନିକଟ ନଦୀ ପଠାରୁ ମାଟି ଉଠାଯିବା ଦ୍ୱାରା ବନ୍ଧ ଦୁର୍ବଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯେଉଁ ସ୍ଥାନରୁ ମାଟି ଉଠାଯାଉଛି ତା ନିକଟରେ ବ୍ରାହ୍ମଣୀ ବ୍ରିଜର ପିଲର୍ ଖୁଣ୍ଟ ରହିଛି । ମାଟି ଖୋଲିବା ଦ୍ୱାରା ବ୍ରିଜର ପିଲାର ଖୁଣ୍ଟ ପ୍ରତି ବିପଦ ରହିଛି । ନଦୀପଠାରୁ ମାଟି ଉଠୁ ଥିବାରୁ ନଦୀର ପାଣି କୂଳ ଲଂଘୁଛି ଏଭଳି ଅଭିଯୋଗ ବାରମ୍ବାର ହୋଇଆସୁଛି । ଯେଉଁ ସ୍ଥାନରୁ ମାଟି ଉଠାଯାଉଛି, ସେହି ନଦୀରେ ସାଧାରଣ ଲୋକ ଗାଧୋଇବା ପାଇଁ ତୁଠ ରହିଛି । ମାଟି ଖୋଳେଇ ପାଇଁ ନଦୀ ତୁଠଟି ଗଭୀର ହୋଇଛି । ଯାହା ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳୁଛି । ପ୍ରଶ୍ନ ଉଠୁଛି କୋଟି କୋଟି ଟଙ୍କାରେ ନିର୍ମାଣ ହେଉଥିବା ପମ୍ପ୍