କୋଇଲା ଖଣି ମଜଦୁର ସଂଘର ପ୍ରତିବାଦସଭା
ତାଳଚେର : ତାଳଚେର କେÿାଇଲା ଖଣି ମଜଦୂର ସଂଘ ପକ୍ଷରୁ ଆଜି ତାଳଚେର ଜଗନ୍ନାଥ ଜିଏମ ଅଫିସ୍ ଆଗରେ ୮ ଦଫା ଦାବିନେଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଦାବି ଗୁଡିକ ଭିତରେ ନେହୁରୁ ଶତାଦ୍ଦୀ ହସପିଟାଲକୁ ତୁରନ୍ତ ଚଳାଇବା, ଜରୁରୀ କାଳୀନ ରୋଗୀଙ୍କୁ କାଜୁଆଲଟି ଓ ଡିସପେନସେରୀରେ ଔଷଧ ଯୋଗାଇ ଦେବା, ଆବଶ୍ୟକସ୍ଥଳେ ରୋଗୀଙ୍କୁ ସୁବିଧାରେ ସ୍ଥାନାନ୍ତରିତ କରାଯିବା, କାଜୁଆଲଟିରେ ବିଶେଷଜ୍ଞ ଡାକ୍ତର ରହିବା, ରୋଗୀଙ୍କ ପାଇଁ ଡାକ୍ତରଙ୍କ କୋହଳ ମନୋଭାବ ସହ ସୁବିଧାରେ ଚିକସôା ସେବା କରିବା, ଜଗନ୍ନାଥ କାର୍ଯ୍ୟାଳୟରେ ଆଇଆର ମିଟିଙ୍ଗକୁ ନିୟମିତ କରିବା, ଜରୁରୀ କାଳୀନ କାଜୁଆଲଟିରେ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହିବା । ରୋଗୀଙ୍କ ପାଇଁ ଡାକ୍ତରଙ୍କ ସନ୍ତୋଷ ଜନକ ବ୍ୟବହାର ପ୍ରଦର୍ଶନ, ମିଟିଙ୍ଗର ଯାଞ୍ଚ ଠିକ୍ ସମୟରେ କରାଯିବା । ବାହାର ଲୋକ ଜବରଦଖଲ କରି ରଖିଥିବା ଏମସିଏଲ କ୍ୱାଟରର୍ସ ଜମିରୁ ଉଚ୍ଛେଦ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ । ଏହାର ନକଲ ଏଏଲସି ନାଲକୋ ନଗର, ନିଦେ୍ର୍ଦଶକ ପର୍ସନାଲ ଏମସିଏଲ ହେଡକ୍ୱାଟର, ଜିଏମ (ଟିଆଣ୍ଡଆଇଆର) ଏମସିଏଲ ହେଡକ୍ୱାଟର, ସିଏମଏସ୍ ଏମସିଏଲ ହେଡକ୍ୱାଟର ବୁର୍ଲା, ଏପିଏମ ଜଗନ୍ନାଥ ଏରିଆ, କୋଲିୟରୀ ଥାନା ଅଧିକାରୀ, ରଞ୍ଜନ ବେହେରା କାର୍ଯ୍ୟକାରୀ ସଭାପତି ବିଏମଏସ୍କୁ ପ୍ରଦାନ କରାଯାଇଥିବା ୟୁନିୟନ ପକ୍ଷରୁ କୁହାଯାଇଛି । ଏହି ପ୍ରତିବାଦ୍ ସଭାରେ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।