କୋପଣ୍ଡ ଚାମ୍ପିୟନ ଲିଗ୍ ମିଡିଆ ଇଲେଭେନ ବିଜୟୀ
ବ୍ୟାସନଗର : କୋପଣ୍ଡ କାଳି ମେଳଣ ପଡିଆରେ ଚାଲିଥିବା କୋପଣ୍ଡ ଚାମ୍ପିୟନ ଲିଗ ଦିବାରାତ୍ର ମ୍ୟାଚ ମିଡିଆ ଇଲେଭେନ ଓ କୋପଣ୍ଡ ଭେଟେରାନ୍ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମିଡିଆ ଇଲେଭେନ ଟଚ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୬ ଓଭରରେ ୪ ୱିକେଟ ହରାଇ ୫୩ ରନ ସଂଗ୍ରହ କରିଥିଲା । ଜବାବରେ ଭେଟେରାନ୍ ଇଲେଭେନ ନିର୍ଦ୍ଧାରିତ ଓଭରରେ ୩ ୱିକେଟ ହରାଇ ୪୬ ରନ କରି ପରାଜିତ ହୋଇଥିଲା । ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ, ପ୍ରାକ୍ତନ ପୈାରାଧ୍ୟକ୍ଷା ସବିତା ରାଉତ, ସିଏମସି ଇନଫ୍ରାଟେକ ପ୍ରୋପାଇଟର ଅନିରୁଦ୍ଧ ମହାନ୍ତି, ଯୋଗଦେଇ ବିଜୟୀ ଓ ରନର୍ସ ଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ରାଜେନ୍ଦ୍ର ବେହେରା, ଅସୀମ ଦାସ ଖେଳ ପରିଚାଳନା କରିଥିଲେ । ସୁଜିତ ମଲ୍ଲିକ, ଅଯୋଧ୍ୟା ଜେନା, ନିରଞ୍ଜନ ଘଡାଇ, ରଶ୍ମି ରଞ୍ଜନ ଓଝା, ମଣୀନ୍ଦ୍ର ଧଳ, ଉକôଳ ଜେନା, ନିରଞ୍ଜନ ମଲ୍ଲିକଙ୍କ ସମେତ ସମସ୍ତ କର୍ମକର୍ତା ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ ।