କୋରେଇ ମହୋତ୍ସବ ଉଦ୍ୟାପିତ

ପାଣିକୋଇଲି: କୋରେଇ ମଣ୍ଡଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୪୨ତମ କୋରେଇ ମହୋତ୍ସବ ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ଅଧିବେଶନ ତଥା କବି ‘ଅଭିମନୁ୍ୟ ସାମନ୍ତସିଂହାର ମଞ୍ଚ’ର ସମାବର୍ତ୍ତନ ଉତ୍ସବ ସଂସଦର ସଭାପତି ନନ୍ଦକିଶୋର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟକ ଭାବେ ପ୍ରାକ୍ତନ ରାଜ୍ୟସଭା ସାଂସଦ ଡକ୍ଟର ରାମଚନ୍ଦ୍ର ଖଣ୍ଟିଆ ଯୋଗଦେଇ ଉଦଘାଟନ କରି ସେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା କ୍ଷେତ୍ରରେ କରିଥିବା ପ୍ରୟାସ ଓ କୋରେଇ ଅଞ୍ଚଳର ଶିକ୍ଷା ବିକାଶରେ ତାଙ୍କର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ମୁଖ୍ୟଅତିଥି ଗୀତିକବି ଡ. ଅଲେଖ ଚନ୍ଦ୍ର ପଢିହାରୀ ଯୋଗଦେଇ ଓଡ଼ିଶାର ମାତୃଭାଷା ଓଡ଼ିଆ ତେଣୁ ଆମ ‘ଓଡ଼ିଆ ଭାଷା ସାହିତ୍ୟ ଅସ୍ମିତା ସହ ଅଙ୍ଗାଅଙ୍ଗ ଭାବେ ଜଡିତ’ ବୋଲି କହିଥିଲେ । ମୁଖ୍ୟବକ୍ତା କିଟ୍ ବିଶ୍ୱବିଦ୍ୟାଳୟର ଭାଷା ଓ ସଂସ୍କୃତି ବିଭାଗ ନିଦେ୍ର୍ଦଶକ ତଥା ବରିଷ୍ଠ କବି ରକ୍ଷକ ନାୟକ, ସମ୍ମାନିତ ଅତିଥିଭାବେ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ସାହିତ୍ୟକ ଡକ୍ଟର ଚନ୍ଦ୍ରଶେଖର ହୋତା ଯୋଗ ଦେଇଥିଲେ । ସମ୍ପାଦକ ପଣ୍ଡିତ ଡ. ସୂର୍ଯ୍ୟମଣି ଖୁଣ୍ଟିଆ ବାର୍ଷିକ ବିବରଣି ପ୍ରଦାନ କରିଥିଲା ବେଳେ, କାର୍ଯ୍ୟକାରୀ ସମ୍ପାଦକ ଦୟାନିଧୂ ନାୟକ ଅତିଥି ପରିଚୟ ଓ ସାଂସ୍କୃତିକ ସମ୍ପାଦକ ବାଇଧର ମାଝୀ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାଧ୍ୟାପକ ଅକ୍ଷୟ କୁମାର ମହାନ୍ତି ଓ ଡକ୍ଟର ଗୀତାଶ୍ରୀ ପ୍ରିୟମ୍ବଦା ମଞ୍ଚ ପରିଚାଳନା କରିଥିଲେ । 
ସମାବର୍ତ୍ତନ ଉତ୍ସବରେ ‘କୋରାଇ ମହୋତ୍ସବ ସମ୍ମାନ’ ରାଜନେତା ତଥା ସାରସ୍ୱତ ସାଧକ ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ପ୍ରଦାନ କରାଯାଇଥିଲା ବେଳେ, ସଂସଦର ମର୍ଯ୍ୟଦା ଜନକ କସ୍ତୁରୀ ପୁରସ୍କାର ଶିଶୁସାହିତି୍ୟକ ଡକ୍ଟର ସୁନାମଣି ରାଉତ ଓ ସ୍ୱର୍ଗତ କାହ୍ନୁଚରଣ ଖୁଣ୍ଟିଆ ସ୍ମୃତି ପୁରସ୍କାର ବରିଷ୍ଠ ନାଟ୍ୟକାରିଣୀ ପ୍ରଧ୍ୟାପିକା ବିନ୍ଦୁରେଖା ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ଗଦାଧର ସ୍ୱାଇଁ ଶିକ୍ଷକ ଗୌରବ ପୁରସ୍କାର ନିର୍ମଳ ଚନ୍ଦ୍ର ରାଉତ, ସଚୀଦେବୀ-ଇନ୍ଦୁମତୀ ଲେଖୁ ପୁରସ୍କାର ମାଙ୍ଗଳିକା ଦାସ, ଶ୍ୟାମସୁନ୍ଦର ମହାନ୍ତି ସ୍ମୃତି ପୁରସ୍କାର ଡ. ଉପେନ୍ଦ୍ର ପ୍ରସାଦ ନାୟକ, ଗଦାଧର ସାହୁ ସ୍ମୃତି ପୁରସ୍କାର ପାଲା ଗାୟକ ରଜନିକାନ୍ତ ପୃଷ୍ଟି, ଦଶରଥ ବିଶ୍ୱାଳ ସ୍ମୃତି ପୁରସ୍କାର କୃତିଛାତ୍ର ଆଶୁତୋଷ ଦାସ, ସଂସଦ ସମ୍ମାନ ବୃନ୍ଦାବନ ସାହୁ, ‘ସ୍ୱତନ୍ତ୍ର ସାମ୍ବାଦିକ ସମ୍ମାନ’ବାବୁରାମ ଜେନା, ଅଚୁ୍ୟତାନନ୍ଦ ପତି ଗଛ ସମ୍ମାନ ଚିତରଞ୍ଜନ ଚିରଞ୍ଜିତ, କୈଳାସ ଚନ୍ଦ୍ର ଦାସ ସ୍ମୃତି ସମ୍ମାନ ନାରାୟଣ ମହାଳିକ, ରମେଶଚନ୍ଦ୍ର ମହାନ୍ତି ସାରସ୍ୱତ ସମ୍ମାନ କବି ପ୍ରହଲ୍ଲାଦ ପଣ୍ଡା ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା । ଏଥିସହିତ ଶିଶୁସାହିତ୍ୟ ଇ-ପତ୍ରିକା ‘ମହକ ଭରା କୋରେଇ ଫୁଲ’ ‘ଦୌପଦୀ-ପ୍ରାଣକୃଷ୍ଣ ସ୍ମୃତି ସମ୍ମାନ’ ଶିଶୁ ସାହିତି୍ୟକ ପ୍ରଶାନ୍ତ ଦାଶଙ୍କୁ ପ୍ରଦାନ କରାଯାଇଥିଲା ବେଳେ, ବୋଲେ ହୁଁଟି ପତ୍ରିକାର ‘ପ୍ରତିଭା ସମ୍ମାନ’ ସୁଜାତା ଗିରି ଏବଂ ଆଜ୍ଞାନମସ୍କାର ପତ୍ରିକାର ବ୍ୟଙ୍ଗମୁଣି ସମ୍ମାନ ଅନନ୍ତ ଜେନା, ଯୁବ ଚଳଚିତ୍ର ନିଦେ୍ର୍ଦଶକ ପ୍ରଣମକୁମାର ଆଏଚଙ୍କୁ ସ୍ୱତନ୍ତ୍ର ସମ୍ମାନ ସ୍ୱରୁପ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ମାନପତ୍ର ଦେଇ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅକ୍ଷୟ ବାରିକଙ୍କ କବିତା ସଙ୍କଳନ ‘ଲାଜକଥା’, ଅଧ୍ୟାପକ ନିତ୍ୟାନନ୍ଦ ମହାନ୍ତିଙ୍କ ‘ଫେରିବା ର ବେଳ’ ପ୍ରମୁଖ ୪ଟି ପୁସ୍ତକ ଲୋକାର୍ପିତ ହୋଇଥିଲା । ଶେଷରେ ସହସମ୍ପାଦକ ଅଧ୍ୟାପକ ମଳୟ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଅଧିବେଶନ କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ଶିବଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ପାଠୋତ୍ସବକୁ ଉପସଭାପତି ବିନୋଦ ବିହାରୀ ସାହୁ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଯାଜପୁର ରୋଡ ଷ୍ଟେଟ ବ୍ୟାଙ୍କର ମୁଖ୍ୟଶାଖା ପ୍ରବନ୍ଧକ ଜ୍ୟୋତିରଞ୍ଜନ ମିଶ୍ର, ସମ୍ମାନିତଅତିଥି କବି ଅଶୋକ ସିଂହ ଓ କୋରାଇ ପ୍ରେସ୍ କ୍ଲବ ସଭାପତି ସୁବାସ ଚନ୍ଦ୍ର ଧଳ ଯୋଗ ଦେଇଥିଲେ । ସହସମ୍ପାଦକ ଅଶୋକ କୁମାର ପତି ଓ ସଂଗଠନ ସଂପାଦକ ପ୍ରଦୀପ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ନନ୍ଦ ମହାନ୍ତି, ଭୁବନମୋହନ ମହାନ୍ତି, ନବଘନ ସ୍ୱାଇଁ, ଯୋଗେନ୍ଦ୍ର ନାଥ ସାହୁ, ପ୍ରଭାତ ମଲ୍ଲିକ, ଜିତେନ୍ଦ୍ର ବେହେରା, ଜୟନ୍ତୀ ଜେନା, ପ୍ରଭାତ ସିହ୍ନା, ଅମ୍ବରିଶ ଖୁଣ୍ଟିଆ, ଅପର୍ଣ୍ଣା ମିଶ୍ର, ‘ସରସ୍ୱତୀ ପଣ୍ଡା, ନିରଞ୍ଜନ ନାୟକ, ନୀଳମଣି ଓଝା ପ୍ରମୁଖ ଶତାଧିକ କବି ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ସହସମ୍ପାଦକ ଅକ୍ଷୟ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।