କୋର୍ଟ ନିୟମକୁ ଫୁ... ଥମୁନି ଲଘୁ ଖଣିଜ ଚୋରା କାରବାର

 କବାଟବନ୍ଧ : ଧର୍ମଶାଳା ତହସିଲ ଲଘୁ ଖଣିଜ ସମ୍ପଦଲୁଟ ପାଇଁ ରାଜ୍ୟରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଲଘୁ ଖଣିଜର ଚୋରା କାରବାର ରୋକ ଲଗାଇବାକୁ ସବୁ ସ୍ତରରେ ଆଇନ କାନୁନ ପ୍ରଣୟନ କରାଯାଇଥିଲେ ମଧ୍ୟ କିଛି ପ୍ରଶାନିକ ଅଧିକାରଙ୍କ ଆନ୍ତରିକତା ଅଭାବରୁ ଆଇନ କାର୍ଯ୍ୟକାରୀ ହୋଇପାରୁନାହିଁ । ଏହାଦ୍ୱାରା ଲିଜଧାରୀ ଆଇନକୁ ଫାଙ୍କିଚାଲିଛନ୍ତି । ଲଘୁ ଖଣିଜ ସମ୍ପଦ ଲୁଟ କେବଳ ବିଭାଗୀୟ କର୍ମଚାରୀଙ୍କ ପାଇଁ ସମ୍ଭବ ହୋଇପାରିଛି । ଅଧିକାରୀ ଖଣି ଲିଜଧାରୀଙ୍କ ମାସିକିଆ ନେଇ ଚୁପ ରହୁଥିବା ସାଧାରଣରେ ଅଭିଯୋଗ ହେଇଆସୁଛି । ଲୁଟକୁ ନେଇ ସବୁ ସମୟରେ ଶାସକ ଦଳକୁ ବିରୋଧୀ ବିଭିନ୍ନ ସମୟରେ ଭିନ୍ନଭିନ୍ନ ମନ୍ତ୍ୟବ ଦେଇଥାନ୍ତି । ଧର୍ମଶାଳା ତହସିଲ ଅଧିନ ବଳରାମପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ-୨ରାଇଛନ୍ଦା ବାଲି ଘାଟକୁ ଉଦାହରଣ ଭାବେ ନିଆଯାଇପାରେ । ଏହାର ଖାତା ନଂ-୪୮୧,ପ୍ଲଟ ନଂ ୨(ପି ),୨୦ ଏକର ପରିମିତ ନଦୀ ଶଯ୍ୟାକୁ ବାଲି ଉତୋଳନ ପାଇଁ ଏସଟି ମେନେରାଲ ପ୍ରାଇଭେଟ କମ୍ପାନୀକୁ ସରକାରୀ ଅନୁମତି ଦିଆଯାଇଛି । ଆଇନ ତଥା ଉଚ୍ଚ ଅଦାଲତ ନିର୍ଦେଶ ନାମାର ଧଜିଆ ଉଡାଉଛନ୍ତି ଖୁଲମ ଖୁଲା ଲିଜଧାରୀ । ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଲି ଉଠାଣ ହୋଇପାରିବ ନାହିଁ ବୋଲି ମାନ୍ୟବର ଉଚ୍ଚ ଅଦାଲତ ନିର୍ଦେଶ ଦେଇଥିଲେ ମଧ୍ୟ ନିର୍ଦେଶକୁ ଅବମାନନା କରି ଦିନକୁ ଶହଶହ ଟ୍ରିପ ବାଲି ହେଉଛି ବାଲି ଚାଲାଣ । କିନ୍ତୁ ଏହି ଘାଟରେ ତାହା ଦେଖିବାକୁ ମିଳୁନାହିଁ । ଲିଜଧାରୀ ବେଆଇନ ଭାବରେ ଦିନ ରାତିକୁ ଏକ କରି ବାଲି ଉତୋଳନ କରି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ଦେଖିବାକୁ ମିଳିଛି । ହସ୍ତ ଚଳିତ ଦ୍ୱାରା ବାଲି ଉତୋଳନ ହେବାକୁ ନିୟମ ରାଇଥିବା ସ୍ଥଳେ ମାସମାସ ଧରି ଏହି ଘାଟରେ ଉଚ୍ଚକ୍ଷମତା ସମ୍ପନ୍ନ ମେସିନ ଲଗାଇ ବାଲି ଲୁଟ କରାଯାଉଛି । ହାଇୱା, ଟ୍ରାକ୍ଟର, ଟିପ୍ପର ସାହାଯ୍ୟରେ ଦିନକୁ ଶହଶହ ଟ୍ରିପ ବାଲି ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି । ଦିନ ବେଳା ବାଲି ପରିବହନ ହେବାରୁ ସ୍ଥାନୀୟ ବଜାର,ସ୍କୁଲ, କଲେଜ ଛାତ୍ରଛାତ୍ରୀ ଅସୁରକ୍ଷିତ ଭାବରେ ଯିବା ଆସିବା କରୁଛନ୍ତି । ମାତ୍ରାଧିକ ବାଲି ଉତୋଳନ କରୁଥିବା ନେଇ ସ୍ଥାନୀୟ ଲୋକେ ମାନେ ଜିଲାପାଳ ଏବଂ ଖଣି ଅଧିକାରୀଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ବିଭାଗୀୟ ଅଧିକାରୀ ଚୁପ କାହିଁକି ତାହାକୁ ନେଇ ସାଧାରଣରେ ସନେ୍ଦହ ସୃଷ୍ଟି ହେଉଛି । 
କଥାରେ ଅଛି ବାଡ଼ଯଦି ଫସଲ ଖାଇବ ଗୁହାରୀ କରିବ କାହାକୁ ବୋଲି ଅଭିଯୋଗ କରି ଅସହାୟ ପ୍ରକାଶ କରିଛନ୍ତି । ବାଲିଖନନ ଏବଂ ପରିବହନ ଦ୍ୱାରା ନଦୀର ଗତିପଥ ବଦଳିବାର ସମ୍ଭାବନା ରହିଛି । ବର୍ଷାରେ ଜଳସ୍ରୋତ ପ୍ରଖର ରହୁଥିବାରୁ ନଦୀ ପାର୍ଶ୍ୱବର୍ତୀ ଗ୍ରାମ ଗୁଡିକ ବିପଦପୂର୍ଣ୍ଣ ରହିଛି । ଏହା ଉପରେ ରାଜ୍ୟ ଲଘୁ ଖଣି ବିଭାଗ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି । ଏସଂକ୍ରାନ୍ତରେ ଖଣି ଅଧିକାରୀ ଯଶକେତନ ସେଠୀଙ୍କୁ ଫୋନ କରାଯାଇଥିଲେ ସେ ଫୋନ ଗ୍ରହଣ କରିନଥିଲେ ।