କ୍ଲଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା

 ବଡ଼ସାହି: ବଡ଼ସାହି ବ୍ଲକ୍ ସାନକେରକୋ ସାଧନକେନ୍ଦ୍ର ଆନୁକୂଲ୍ୟରେ ସିଆରସିସି ରାମଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ଉ.ପ୍ରା ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଧନ କେନ୍ଦ୍ର ଅଧୀନରେ ଥିବା ୧୧ଟି ବିଦ୍ୟାଳୟ ଏବଂ ସାନକେରକୋ  ଓ ଉଠାଣି ନୂଆଗାଁ ପଞ୍ଚାୟତର ଶତାଧିକ ଛାତ୍ରଛାତ୍ରୀ, ପିତାମାତା, ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଉକ୍ତ ମେଳାକୁ ଆସିଥିବା ବିଭିନ୍ନ ପ୍ରକାର ଅଭିନବ ଭାଷା ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଶିକ୍ଷଣ ସାମଗ୍ରୀ ମାଧ୍ୟମରେ ସୃଜନାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ରହିଥିବା ପଞ୍ଚାୟତିରାଜ ପ୍ରତିନିଧିଙ୍କ ସମେତ ସମସ୍ତ ଆମନ୍ତ୍ରିତ ଅତିଥିମାନଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା । ଶିକ୍ଷାବିତ୍ ଦୟାନିଧି ପ୍ରତିହାରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିକାଶ ରଞ୍ଜନ ମହାନ୍ତ, ପିଆରଆଇ ସଦସ୍ୟ ପ୍ରଦୀପ ପ୍ରତିହାରୀ, ଅକ୍ଷରା ଫାଉଣ୍ଡେସନ ପକ୍ଷରୁ ବଡ଼ସାହି ବ୍ଲକର ଏଫ୍ଏଲ୍ଏନ ସଂଯୋଜକ ରାଜେନ୍ଦ୍ର ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମକୁ ଅଧିକ ପ୍ରେରଣାଦାୟୀ କରିବାରେ ସହଯୋଗ କରିଥିଲେ । ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।