କ୍ଲଷ୍ଟରସ୍ତରୀୟ ମାସିକ  ବୈଠକ

 ମାଲକାନଗିରି :  ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡଗୁଡ଼ା କ୍ଲଷ୍ଟରସ୍ତରରେ ତୃତୀୟ ମାସିକ ବୈଠକ ନିଲିମାରୀ ଆଶ୍ରମ ବିଦ୍ୟାଳୟରେ ସିଆର୍ସିସି ରଞ୍ଜିତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରଥମ ଅଧିବେଶନରେ ବାଳବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭାଷା ଏବଂ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ନିମନ୍ତେ ଗଣିତ ପାଠର ଶିକ୍ଷାଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିବା ନିମନ୍ତେ ବିଆର୍ସିସି ଗୌରାଙ୍ଗ ସାଜନ ଓ ଏମ୍ଭି ୧୫ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଂଜିତ୍ ବୈଦ୍ୟ ଉପସ୍ଥିତ ହୋଇ ଶିକ୍ଷକ ରୁଦ୍ର ମାଧବ ମେହେରଙ୍କ ଶିକ୍ଷଣ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହାପରେ ଦ୍ୱିତୀୟ ଅଧିବେଶନରେ ବିଭାଗୀୟର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ୧୫ଟି ବିଦ୍ୟାଳୟର ୨୦ଜଣ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ନିଲିମାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିରା ମାଢି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।