କ୍ଷୀରୋଦ ସାହୁଙ୍କୁ ଜାତୀୟ ଶ୍ରେଷ୍ଠ ସମାଜସେବୀ ସମ୍ମାନ
ତାଳଚେର: ଭାରତ ସରକାରଙ୍କ ଦ୍ୱାରା ଅନୁବନ୍ଧିତ ୱାର୍ଲଡ ଚାରିଟି ୱେଲଫେଆର ଫାଉଣ୍ଡେସନ ନୂଆଦିଲ୍ଲୀ ପକ୍ଷରୁ ପୁରୀ ସ୍ଥିତ ମୁନିସପାଲଟି ଟାଉନ ହଲଠାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଳଚେରର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ଜାତୀୟ ଶ୍ରେଷ୍ଠ ସମାଜସେବା ଭାବେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମ ପ୍ରଫେସର ଜଗେଶ୍ୱର ପଣ୍ଡା, ଫାଉଣ୍ଡେସନର ଅଧ୍ୟକ୍ଷ ଅମର କୁମାର ବାଗ, ସନ୍ଧ୍ୟା ପଟ୍ଟନାୟକ, ଜ୍ୟୋତିର୍ମୟୀ ପଣ୍ଡା, ବନିତା ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଗତ ୩୦ବର୍ଷ ହେଲା ସାମାଜିକ କାର୍ଯ୍ୟ କରି ଉଲ୍ଲେଖନିୟ ଅବଦାନ ପାଇଁ ଶ୍ରୀ ସାହୁଙ୍କୁ ଅତିଥିମାନେ ଫୁଲତୋଡା, ଉତ୍ତରୀୟ, ତାମ୍ର ଫଳକ, ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଶ୍ରୀ ସାହୁ ବର୍ତ୍ତମାନ ପର୍ଯ୍ୟନ୍ତ ସେବା ଜାରି ରଖିଛନ୍ତି ।