କ୍ଷେତ୍ରପାଳରେ ତ୍ରିଦିବସୀୟ ଯଜ୍ଞ କାର୍ଯକ୍ରମ
ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମ ନିକଟସ୍ଥ ଶ୍ରୀକ୍ଷେତ୍ରପାଳ ପୀଠରେ ତ୍ରିଦିବସୀୟ ଯଜ୍ଞ କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି । ନିଶାକର ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ୪୩ ବର୍ଷର କ୍ଷେତ୍ରପାଳ ମନ୍ଦିରରେ ଯଜ୍ଞ କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ପଣ୍ଡା, ବିଷ୍ଣୁମୋହନ ପଣ୍ଡା, ଗୋପୀନାଥ ପଣ୍ଡା ଓ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଯଜ୍ଞରେ ମୁଖ୍ୟ ପୁରୋଧା ଭାବରେ ବିଷ୍ଣୁ ମୋହନ ପଣ୍ଡା, ବାସନ୍ତିଲତା ପଣ୍ଡା ପ୍ରଥମଦିନ କାୟାଶୁଦ୍ଧି ତର୍ପଣ, ଗୋପୂଜା, ଗୋଦାନ, ଦ୍ୱିତୀୟ ଦିନ କ୍ଷେତ୍ରପାଳ ପୁଷ୍କରିଣୀରେ ଘଟୋଉତ୍ତଳନ କରି ଗ୍ରାମ ପରିକ୍ରମା କରି ପୂଜା ମଣ୍ଡପକୁ ଅଣାଯାଇଥିଲା । ଅଧିବାସ, ହୋମ ପୂଜା, ତୃତୀୟ ଦିନ କ୍ଷେତ୍ରପାଳ ନାରାୟଣ ବାସୁମଣ୍ଡଳପୂଜା ଉପଚାର, ଗିତାଜ୍ଞାନ, ଚଣ୍ଡୀ ଆହୁତି, ସୂର୍ଯ୍ୟ ପୂଜା ସମ୍ପାଦନ କରାଯାଇଥିଲା । ମୁଖ୍ୟ ପୂଜକ ଭାବେ ମାଧ ପାଣିଗ୍ରାହୀ, ଭଗବାନ ପତି, ଅଭିମନୁ୍ୟ ପଣ୍ଡା, ବୁଲା ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ଶେଷଦିନରେ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଗଣିଜାଙ୍ଗ ପଞ୍ଚାୟତ ସମେତ ପଡୋଶୀ ପଞ୍ଚାୟତରୁ ହଜାର ହଜାର ଭକ୍ତ ଯୋଗଦାନ ପୂର୍ବକ କ୍ଷେତ୍ରପାଳଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ତ୍ରିଦିବସୀୟ କାର୍ଯ୍ୟକ୍ରମ ପରିଚାଳନାରେ ମାଳତୀ ପଣ୍ଡା, ହରିଶଙ୍କର ପଣ୍ଡା, ଶିବ ଶଙ୍କର ପଣ୍ଡା, ବିଜୟ ଲଷ୍ମୀ ପଣ୍ଡା, ଶୁଭାଗ୍ୟ ଲଷ୍ମୀ ପଣ୍ଡା, ସନ୍ଦୀପ କୁମାର ରଥ, ଲଳିତ କୁମାର ମିଶ୍ର, ତ୍ରିବିକ୍ରମ ପଣ୍ଡା ଶର୍ମା, ରଂଜିତା ପଣ୍ଡା, ମାନସ୍ୱନି ପଣ୍ଡା କନ୍ତିଆ ଗ୍ରାମର ସମସ୍ତ ଭକ୍ତ ସହଯୋଗ କରିଥିଲେ ।