କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
ବାଲେଶ୍ୱର: ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତିର ଆକଳନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେସିର୍କେଙ୍କ ସମେତ ସମସ୍ତ ବିଡ଼ିଓ, ତହସିଲଦାର, କୃଷି, ରାଜସ୍ୱ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ସ୍ୱତନ୍ତ୍ର ସହାୟତା ଆୟୋଗ, ଓଡ଼ିଶାଙ୍କ ନିଦେ୍ର୍ଦଶାବଳୀ ଅନୁଯାୟୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମସ୍ତ ପ୍ରଭାବିତ ବ୍ଲକର କ୍ଷୟକ୍ଷତି ଆକଳନ ଶେଷ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସେମାନଙ୍କର ଫସଲ କ୍ଷୟକ୍ଷତିର ଆକଳନ କରିବାରେ ଆବଶ୍ୟକ ସହାୟତା ଦେବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏଥିସହିତ ରାଜସ୍ୱ ଓ କୃଷି ବିଭାଗର ମିଳିତ ଟିମ୍ କ୍ଷୟକ୍ଷତି ଆକଳନ କରିବା ନିମନ୍ତେ ଜିଲ୍ଲାପାଳ ଆଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସ୍ୱତନ୍ତ୍ର ଟୋଲ ଫ୍ରି ନମ୍ବର ୧୪୪୪୭ ରେ କ୍ଷତିଗ୍ରସ୍ତ ଚାଷୀମାନେ ନିଜ ବୀମାଭୁକ୍ତ ଫସଲର ବିବରଣୀ ଦେଇ ପାରିବେ ଓ ଏହା ବ୍ୟତୀତ ବୀମାଭୁକ୍ତ ହୋଇନଥିବା ଚାଷୀମାନଙ୍କ ସଠିକ ତଥ୍ୟକୁ ମଧ୍ୟ ସଂଗ୍ରହ କରିବା ପାଇଁ ସମସ୍ତ କ୍ଷେତ୍ର ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । କୌଣସି କ୍ଷେତ୍ରରେ ଯଦି ବୀମାଭୁକ୍ତ କୃଷକମାନେ ସେମାନଙ୍କର ଅଭିଯୋଗ ପଞ୍ଜିକରଣ କରିବାରେ ଅସମର୍ଥ ହେଉଛନ୍ତି, ସେଠାରେ କ୍ଷେତ୍ର ଅଧିକାରୀମାନଙ୍କୁ ବୈଷୟିକ ସହାୟତା ସହିତ କୃଷକମାନଙ୍କୁ ସାହାଯ୍ୟ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ସହିତ ସମସ୍ତ ସମ୍ମିଳିତ ବିଭାଗ ଯଥା ଶୀଘ୍ର ଆକଳନ କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି ।