ଖଜୁରୀ ଗ୍ରାମରେ ସ୍ୱାସ୍ଥ୍ୟମେଳା
ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ସାନ ବାରଲୀ ପଞ୍ଚାୟତ ଖଜୁରୀ ଗ୍ରାମଠାରେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ବନ ଉନ୍ନୟନ ନିଗମ ବାଣିଜ୍ୟ କେନ୍ଦୁପତ୍ର ଉପଖଣ୍ଡ ତରଫରୁ ଆଜି ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୧୧୫ଜଣ ରୋଗୀଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବିତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଡ଼. ମନସ୍ମିତା ମାହାନ୍ତି, ଡ଼ ସୁଶ୍ରୀତା ସେଠୀ, ମୈଦଲପୁର ଡ଼ ମାନସ ରଞ୍ଜନ ପାଣିଗ୍ରାହୀ,ଡ଼ଃ ଆଶୁତୋଷ ମିଶ୍ର ଓ ଡ଼ ଜୋସôନା ରାଣୀ ଦାସ ପ୍ରମୁଖ ରହି ସ୍ୱାସ୍ଥ୍ୟ ସେବା କରିଥିଲେ । କେନ୍ଦୁପତ୍ର ରେଞ୍ଜର ମାନସ ନାୟକ ଏବଂ ଅନ୍ୟାନ ସହଯୋଗୀ ମଧ୍ୟ ଉପସ୍ଥିତ ଥିଲେ । ଦୁର୍ଗମ ଅଞ୍ଚଳରେ ବସ ବାସ କରୁଥିବା ଲୋକେ ସ୍ୱାସ୍ଥ୍ୟ ଖରାପ ହେଲେ ଡାକ୍ତରଖାନାକୁ ନଆସି ଅନ୍ୟ ପନ୍ଥା ଅବଲମ୍ବନ କରୁଥିବାରୁ ଡାକ୍ତରଖାନା ତରଫରୁ ଏହି ପ୍ରୟାସକୁ ଅଞ୍ଚÿଳବାସୀ ପ୍ରଂଶସା କରିଛନ୍ତି ।