ବିକାଶ ଖୋଜୁଛି ରାଣୀପାର୍କ ବସଷ୍ଟାଣ୍ଡ


ାା ପ୍ରଭାନୁ୍ୟଜ୍ ।ା ତାଳଚେର : ଶିଳ୍ପନଗରୀ ତାଳଚେର ରାଜ୍ୟରେ ଏକ ନିଜସ୍ୱ ପରିଚୟ ସୃଷ୍ଟିି କରିଛି  । ଖଣିଖାଦାନ, ଶିଳ୍ପ ଓ ପର୍ଯ୍ୟଟନ ସବୁଥିରେ ନିଜର ପାରଦର୍ଶିତା ଲାଭ କରିପାରିଛି  । ରାଜ୍ୟ ବାହାରୁ ବହୁ ଲୋକ ପରିବାର ଚଳାଇବା ପାଇଁ ତାଳଚେର ସହରକୁ ଆସିଥାନ୍ତି । ଏଠାରେ ଖଣିଖାଦାନ ଥିବା ବେଳେ ଦେଶର ବିଭିନ୍ନ ସ୍ଥାନକୁ ଏଠାରୁ ଖଣିଜ ପଦାର୍ଥ ମଧ୍ୟ ରପ୍ତାନୀ ହୋଇଥାଏ  । ହେଲେ ଯାତାୟତର ମୁଖ୍ୟ ଆଧାର ପାଲଟିଥିବା ତାଳଚେର ରାଣୀପାର୍କ ବସଷ୍ଟାଣ୍ଡର ବ୍ୟବସ୍ଥା ରୂପ ଦେଖିଲେ ମନେ ହୁଏ ବିକାଶରୁ ବହୁ ଦୂରରେଏହି  ବସଷ୍ଟାଣ୍ଡ । ରାଜ୍ୟ ଓ କେନ୍ଦ୍ରକୁ ସର୍ବାଧିକ ରାଜସ୍ୱ ଦେଉଥିବା ତାଳଚେର ତାର ମୌଳିକ ଅଧିକାରରୁ ବଂଚିତ  । ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଦିଗରୁ ଦେଖିବାକୁ ଗଲେ ଆଖପାଖ ଅଂଚଳରୁ ଏଠାକୁ ଗମନା ଗମନ ଉପରେ ନିର୍ଭର କରୁଥିବା ରୋଜଗାର ପନ୍ଥାର ଏହି ବାଟ ଏତେ ସହଜ ହୋଇପାରୁନି । ହେଲେ ଗମନାଗମନର ପ୍ରମୁଖ ମାର୍ଗଭାବେ ରାଣୀପାର୍କ ବସଷ୍ଟାଣ୍ଡର ବ୍ୟବସ୍ଥା ସେତେଟା ଆଖିଦୃଶିଆ ସମସ୍ୟାର ସମାଧାନ ହୋଇପାରିନି  । ତାଳଚେର ସହରବାସୀଙ୍କ ପାଇଁ ଓ ବାହାର ଲୋକଙ୍କ ପାଇଁ ଏହି ବସଷ୍ଟାଣ୍ଡଟିର ଉନ୍ନତି ହୋଇ ପାରୁନଥିବା ଏକ ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରୁଛନ୍ତି । ଏହି ରାଣୀପାର୍କ ବସଷ୍ଟାଣ୍ଡ ଆସିବାକୁ ହେଲେ ବହୁ ବାଧାବିଘ୍ନ ଯାତ୍ରୀମାନଙ୍କୁ ସହ୍ୟ କରିବାକୁ ପଡୁଛି  । ନିର୍ବାଚିତ ଲୋକପ୍ରତିନିଧି ନା’ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଳା ପ୍ରଶାସନ କେହି ହେଲେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଉ ନାହାନ୍ତି ବୋଲି ଅଭିଯୋଗ ହେଉଛି  । ଅଧିକ ରାଜସ୍ୱ ପ୍ରଦାନ କରୁଥିଲେ ମଧ୍ୟ ତାଳଚେର ଏକ ଅଭିଶପ୍ତ ଅବସ୍ଥାରେ ଗତି କରୁଛି ବୋଲି ଲୋକେ ମତ ରଖୁଛନ୍ତିଫ ରାଣୀପାର୍କ ବସଷ୍ଟାଣ୍ଡକୁ ସମୟରେ ନପଂହଚି ପାରିଲେ କିମ୍ବା କୌଣିସି ସମସ୍ୟାରୁ ଗାଡି ନମିଳିଲେ ଗନ୍ତବ୍ୟ ପଥକୁ ଯିବା ସମ୍ଭବପର ହୋଇନଥାଏ । ଜାତୀୟ ରାଜପଥର ପ୍ରତ୍ୟେକ ସମୟରେ ଜାମ ରହୁଥିବାରୁ ଲୋକେ ତାଳଚେରରୁ ଢ଼େଙ୍କାନାଳ, କଟକ, ଭୂବନେଶ୍ୱର, ପୁରୀ, ଝାରସୁଗୁଡା, କେନ୍ଦୁଝର, ରାଉକେଲା ଏମିତିକି ଆଖପାଖ ଅଂଚଳକୁ ଯିବା ଆସିବା ନିମନ୍ତେ ବହୁବାର ହଇରାଣ ହରକତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି  । ଅପରପକ୍ଷେ ଯାତ୍ରୀମାନେ ବସକୁ ଅପେକ୍ଷା କରି ରହୁଥିବା ବେଳେ ସେମାନଙ୍କ ପାଇଁ ବିଶ୍ରାମ କକ୍ଷ କିିମ୍ବା ଚେୟାର ନଥିବାରୁ ସେମାନେ ଏଣେତେଣେ  ବୁଲୁଛନ୍ତି  । ପରିଶ୍ରା କରି ଯିବାକୁ ମହିଳା ଯାତ୍ରୀମାନେ ହଇରାଣ ହରକତ ହେଉଥିବା ମଧ୍ୟ ନଜିର ରହିଛି । ତେଣୁ ତାଳଚେର ରାଣୀପାର୍କ ବସଷ୍ଟାଣ୍ଡର ବିକାଶ ଦିଗରେ ସରକାର ଦୃଷ୍ଟି ଦେଇ ଏସବୁ ସମସ୍ୟାର କେମିତି ସମାଧାନ କରାଯାଇ ଯାତ୍ରୀଙ୍କ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରାଯିବାକୁ ବିଭିନ୍ନ ମହଲରେ ଦାବି ହୋଇଛିି  ।