ଖରସ୍ରୋତା ପୋଲ ଉପରେ ପୋକ ଆତଙ୍କ : ଯାତାୟାତ ବାଧାପ୍ରାପ୍ତ
ଯାଜପୁର : କୁଆଖିଆ-ଯାଜପୁର ୨୦ନମ୍ବର ଜାତୀୟ ରାଜପଥର ବରୁଆଁ ନିକଟରେ ଥିବା ଖରସ୍ରୋତା ସେତୁ ଉପରେ ଅଜଣା ପୋକଙ୍କ ଆତଙ୍କ ଯୋଗୁଁ ଗାଡି ମଟର ଚଳାଚଳ ବାଧା ଉପୁଜିଛି । ଘଟଣାରୁ ପ୍ରକାଶ ଯେ ଏଇ କିଛି ଦିନ ହେବ ସଂଧ୍ୟା ପରେ ଗାଡ଼ି ମଟରର ଆଲୋକ ଦେଖି ଏହି ଅଜଣା ପୋକଗୁଡିକ ସେତୁ ଉପରେ ଆତଙ୍କ ସୃଷ୍ଟି କରୁଛନ୍ତି । ଫଳରେ ସାଇକେଲ ଓ ବାଇକ ଆରୋହୀ ମାନେ ରାସ୍ତା ଘାଟ ଦେଖି ନପାରି ଦୁର୍ଘଟଣାରଶିକାର ହେଉଛନ୍ତି । ସେତୁ ଉପରେ ଏକ ଇଞ୍ଚ ବହଳର ପୋକ ପଡିଥିବା ଦ୍ୱାରା ବାଇକ ଆରୋହୀ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି । ଏମତିକି ଚାରିଚକିଆ ଓ ବଡଗାଡି ଗୁଡିକର ସାମନା କାଚରେ ପୋକମାନେ ବାଡେଇ ହେବା ହେତୁ କାଚ ଉପରେ ଏକ ଆସ୍ତରଣ ଯୋଗୁଁ ଗାଡି ଚଳାଇବା ଚାଳକଙ୍କ ପାଇଁ କଷ୍ଟସାଧ୍ୟ ବ୍ୟାପାର ହୋଇପଡିଛି । ରାତି ପାହି ସକାଳର ସୂର୍ଯ୍ୟ କିରଣ ପଡିବାପରେ ମଲା ପୋକ ମାନଙ୍କ ଉତ୍କଟ ଗନ୍ଧ ଯୋଗୁଁ ସେହି ରାସ୍ତାରେ ଯାତାୟତ କରୁଥିବା ଲୋକେ ଦୁର୍ଗନ୍ଧରେ ଅଣ ନିଶ୍ୱାସୀ ହୋଇ ଯାଉଛିନ୍ତି । ପ୍ରତିବର୍ଷ ଏହି ପୋକମାନେ ଦୀପାବଳିରୁ ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଦେଖଯାଆନ୍ତି । କିନ୍ତୁ ଏବର୍ଷ ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ବହୁ ପରିମାଣରେ ଅଜଣା ପୋକ ଆସି ଏହି ଖରସ୍ରୋତା ପୋଲ ଉପରେ ସନ୍ଧ୍ୟା ବେଳ ସମୟରେ ବାହାରୁ ଥିବାରୁ ରାତିରେ ଅନେକ ନିରୀହ ଲୋକଙ୍କ ଜୀବନ ବିପବ ମୁହଁକୁ ଠେଲି ଦେଉଛି । ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ପୋଲ ଉପରେ ବଡ଼ ଧରଣର କ୍ଷୟକ୍ଷତିରୁ ରକ୍ଷା ପାଇବା ପାଇଁ ଦାବି କରାଯାଇଛି ।