ଖେଳଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ପାରାଦୀପ: ପାରାଦୀପ ଏନଏସି ଉଚ୍ଚବିଦ୍ୟାଳୟର ଖେଳ ଶିକ୍ଷକ କାଳନ୍ଦୀ ଚରଣ ନାଥଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ବିଦାୟକାଳୀନ ଉସôବରେ ମୁଖ୍ୟଅତିଥି ଭାବେ କ୍ଲଷ୍ଟର ଶିକ୍ଷା ଅଧିକାରୀ ସୁକାନ୍ତ କୁମାର ସ୍ୱାଇଁ ଯୋଗ ଦେଇ କାଳନ୍ଦୀ ସାରଙ୍କ କୃତିତ୍ୱକୁ ଅତି ନିଖୁଣ ଭାବରେ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କ ନିକଟରେ ବଖାନି ଥିଲେ । ଏହି ବିଦାୟ କାଳୀନ ଉସôବରେ ପ୍ରଧାନ ଶିକ୍ଷକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିବା ସହ ଏନ ସି ଗାଲ୍ସ ହାଇ ସ୍କୁଲର ଶିକ୍ଷକମାନେ ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଂଶୁ ରାୟ ଏହି ବିଦାୟ କାଳୀନ ଉସôବରେ ଅତି ସୁନ୍ଦର ବକ୍ତବ୍ୟ ଦେବା ସହ ବିଦ୍ୟାଳୟ ପ୍ରତି ତାଙ୍କ ଅବଦାନ ସମ୍ପର୍କରେ ଉପସ୍ଥାପନା କରିଥିଲେ । ନାଥ ସାର ଜଣେ ମେଳାପୀ, ମିଷ୍ଟ ଭାସି ଏବଂ ଜଣେ ଦକ୍ଷ ଖେଳ ଶିକ୍ଷକ ସହ ଅନ୍ୟ ବିଷୟରେ ସେ ସୁନ୍ଦର ଭାବରେ ଶିକ୍ଷା ପ୍ରଦାନ କରୁଥିଲେ ବୋଲି ବିଦ୍ୟାଳୟର ଦୀପ୍ତି ମାଡାମ ଏବଂ ସମ୍ପଦା ରାଣୀ ଆଚାର୍ଯ୍ୟ ରୀୟ ମତ ବ୍ୟକ୍ତ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନାଥ ସାରଙ୍କ ଅବସରକୁ ସହଜରେ ଗ୍ରହଣ କରି ପାରୁ ନ ଥିବା ଦେଖିବାକୁ ମିଳିଥିଲା । ଏହି ବିଦାୟ କାଳୀନ ଉସôବରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଯଥାକ୍ରମେ ସଚିତାନନ୍ଦ ପୁହାଣ, ସନ୍ତୋଷ କୁମାର ସାମଲ, ସୂର୍ଯ୍ୟକାନ୍ତ ଶତପଥି, ସମ୍ପଦା ରାଣୀ ଆଚାର୍ଯ୍ୟ, ଦୀପ୍ତି ରଥ, ସୁଶାନ୍ତ ସାମଲ, ଭଗବତୀ ସାହୁ, ଅରୁଣ ବାଗ, ଇତିଶ୍ରୀ ପ୍ରଧାନ, ସସ୍ମିତା ସାହୁ, ପ୍ରଜ୍ଞା ଭୂଇଁଆ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଲୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପୁରାତନ ଛାତ୍ର ଛାତ୍ରୀ ମାନେ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ନାଥ ସାରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।