ଡାକ୍ତରୀ ଛାତ୍ରଙ୍କ ସ୍ନାତକତ୍ତୋର ଶିକ୍ଷା ଲାଭ

 ବ୍ରହ୍ମବରଦା: ଚଳିତବର୍ଷ ନିଟର ଡାକ୍ତରୀ ସ୍ନାତକତ୍ତୋର (ପିଜି) ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତ ବେଲଗୁଡି ଗ୍ରାମର ଡାକ୍ତରୀ ଛାତ୍ର ଶୁଭମ ବେହେରା ସର୍ବଭାରତୀୟ ସ୍ତରରେ ୫୪୨ ତମ ସ୍ଥାନରେ ରହି ଡାକ୍ତରୀ ସ୍ନାତକତ୍ତୋର ଶିକ୍ଷା ଲାଭ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମେଧାବୀ ଛାତ୍ର ଶୁଭମ ଏବେ ଗଞ୍ଜାମ ଜିଲ୍ଲାର ବରହମପୁର ସ୍ଥିତ ଏମ.କେ.ସି.ଜି ମେଡିକାଲରେ ଏମ.ବି.ବି.ଏସ୍ ପାଠ୍ୟକ୍ରମରେ ଅଧ୍ୟୟନରତ ଅଛନ୍ତି । ଶୁଭମଙ୍କ ବାପା ବିବେକାନନ୍ଦ ବେହେରା ବ୍ରହ୍ମବରଦା +୨ କଲେଜର ଜଣେ କର୍ମଚାରୀ ହୋଇଥିବା ବେଳେ ମା ସରୋଜିନୀ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଅଟନ୍ତି । ପୁଅ ଶୁଭମଙ୍କ ଏଭଳି ସଫଳତାରେ ପରିବାର ତଥା ବ୍ରହ୍ମବରଦା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।