ଗଛକୁ ପିଟିଲା ବସ୍, ୧୫ ଆହତ
ଖୋର୍ଦ୍ଧା ବୋଲଗଡ଼ ଗୋପବନ୍ଧୁ ଛକରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୫ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୦ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ଗୁରୁତର ଓ ଆହତ ଯାତ୍ରୀଙ୍କୁ ବୋଲଗଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଘଟଣା ଅନୁସାରେ ୪୫ରୁ ଊଦ୍ଧ୍ୱର୍ ଯାତ୍ରୀଙ୍କୁ ନେଇ ନାରାୟଣୀ ନାମକ ଏକ ବସ୍ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାଉଥିଲା । ଗୋପବନ୍ଧୁ ଛକ ନିକଟରେ ବସ୍ଟି ଅନ୍ୟ ଏକ ଗାଡ଼ିକୁ ଓଭର୍ ଟେକ୍ କରୁଥିବା ବେଳେ ଭାରସାମ୍ୟ ହରାଇ ନିକଟସ୍ଥ ଏକ ଗଛରେ ଦ୍ରୁତ ଗତିରେ ପିଟିଥିଲା । ଫଳରେ ଘଟଣାସ୍ଥଳରେ ଯାତ୍ରୀମାନେ ଆହତ ହୋଇଥିଲେ । ପୁଲିସ୍ ଏବଂ ସ୍ଥାନୀୟ ଲୋକେ ପହଞ୍ଚ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଇଛନ୍ତି । ପୁଲିସ୍ ଦୁର୍ଘଟଣାଗ୍ରସ୍ତ ବସ୍କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।