ଗଛ କାଟି ନେଇ ଓଲଟା ଧମକ; ଥାନାରେ ଅଭିଯୋଗ

ବିଞ୍ଝାରପୁର : ଆଳକୁଣ୍ଡ ଥାନ ଅଧିନ ଉତରକୁଳର ଗାଁର ଦେବବ୍ରତ ମିଶ୍ରଙ୍କ ବାଡିରୁ ସିନ୍ଧୁ ମଲିକ ନାମକ ଜଣେ ବ୍ୟକ୍ତି ତିନୋଟି ଗଛ କାଟି ନେଇଥିବା ଅଳକୁଣ୍ଡ ଥାନରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଦେବବ୍ରତଙ୍କ ପାଖାପାଖି ଏକରରୁ ଅଧିକ ଜମିକୁ ସିନ୍ଧୁ ମଲିକ ନିଜ ଆୟତକୁ ନେଇ ଓଲଟି ଦେବବ୍ରତ ଓ ତାଙ୍କ ପରିବାରକୁ ଯାଗା ଉପରକୁ ଗଲେ ଗାଳି ଗୁଲଜ ସହ ମାରଣସ୍ତ୍ର ଧରି ଧମକ ଦେଉଥିବା ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଜମିର ସମସ୍ତ କାଗଜପତ୍ର ସହ ଦେବବ୍ରତ ମିଶ୍ର ମାଲିକାନା ଥିବା ବେଳେ ସିନ୍ଧୁ ମଲିକଙ୍କ ଜମିର ଚିହ୍ନବର୍ଣ୍ଣ ନଥିବା ବେଳେ କିଛି ଦଲାଲଙ୍କ ସାହଯ୍ୟ ପାଇ ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି । ତେବେ ଘଟଣା ଓ ଅଭିଯୋଗକୁ ଆଧାର କରି ପୁଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଦେଖିବାକୁ ମିଳିଛି । ଏପଟେ ଏସଂପର୍କର ଦେବବ୍ରତ ବିଞ୍ଝାରପୁର ତହସିଲଦାର ଓ ତାଉନ୍ତରାରେ ଥିବା ବନ ବିଭାଗ ଅଧିକାରୀଙ୍କୁ ଲିଖିତ ଅଭିଯାଗ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟନୁଷ୍ଠାନ ହୋଇ ପାରିନାହିଁ । ତେବେ ସଂପର୍କରେ ଅଳକୁଣ୍ଡ ଥାନ ଅଧିକାରୀଙ୍କୁ ପଚାରିବାରୁ ତୁରନ୍ତ କର୍ଯୁନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।