ଗଞ୍ଜେଇ ଚାଲାଣ ବେଳେ ସାଲିଆସାହିରୁ ୫ଗିରଫ

ଗଞ୍ଜେଇ ଚାଲାଣ ବେଳେ ସାଲିଆସାହିରୁ ୫ଗିରଫ

ଭୁବନେଶ୍ୱର, ୧୧ା୧୨ : କନ୍ଧମାଳରୁ ଚୋରାରେ ଗଞ୍ଜେଇ ଆଣି ସାଲିଆସାହି ବସ୍ତିରେ ରଖି କିଛି ଗ୍ରାହକ ଅପେକ୍ଷାରେ ଥିବା ୫ଜଣ ବେପାରୀଙ୍କୁ ଚଢ଼ାଉ କରି ଗିରଫ କରିଛି ମୈତ୍ରୀବିହାର ଥାନା ପୁଲିସ । ପରେ ସେମାନଙ୍କ ଠାରୁ ୩୧ କେଜି ଗଞ୍ଜେଇ, ୩ଟି ମୋବାଇଲ ଓ ୨ଟି ବାଇକ ଜବତ କରାଯାଇଛି । ଗିରଫ ୫ ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲାର ତିଳତମା ନାୟକ, ମୈତ୍ରୀବିହାର ଅଞ୍ଚଳର କୁନି କରାଳ, ରେଣୁବାଳା ପଣ୍ଡା, ପ୍ରଭାକର ବାରିକ ଓ ଖୋର୍ଦ୍ଧାର ଏସ.କେ ସାହାଜୁଦିନ୍ । ଏମାନେ ସବୁ ସାଲିଆସାହିରେ ଘର ଭଡ଼ା ନେଇ ରହିବା ସହ କନ୍ଧମାଳରୁ ବିଭିନ୍ନ ତରହିକା ଆପଣାଇ ଭୁବନେଶ୍ୱରକୁ ଗଞ୍ଜେଇ ଆଣି ଲୋକଙ୍କୁ ବିକ୍ରି କରୁଥିଲେ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ବୁଧବାର ଦିନ ୧୦ଟା ବେଳେ ସାଲିଆସାହିରେ ଥିବା ହାତିଆଶୁଣି ପଡ଼ିଆ ନିକଟରେ କିଛି ମହିଳା ଓ ୨ ଜଣ ପୁରୁଷ ବାଇକରେ ଛିଡ଼ା ହୋଇଥିବା ବେଳେ ସେମାନଙ୍କ ପାଖରେ ଗଞ୍ଜେଇ ବସ୍ତା ରହିଥିବା ମୈତ୍ରୀବିହାର ଥାନା ଅଧିକାରୀ ଖବର ପାଇଥିଲେ । ଖବର ପାଇବା ପରେ ସଙ୍ଗେ ସଙ୍ଗେ ଥାନାର ଟୀମ ପଠାଇ ପଡ଼ିଆରେ ଚଢ଼ାଉ କରି ୫ ଜଣ ବେପାରୀଙ୍କୁ କାବୁ କରିଥିଲେ । ପରେ ସେମାନଙ୍କ ତଲାସି ବେଳେ ସେମାନଙ୍କ ଠାରୁ ୩୧ କେଜି ଗଞ୍ଜେଇ, ୩ଟି ମୋବାଇଲ ଓ ୨ଟି ବାଇକ ଜବତ କରାଯାଇଥିଲା । ପଚରାଉଚରା ବେଳେ ଏମାନେ ବହୁବାର ଗଞ୍ଜେଇ କନ୍ଧମାଳରୁ ଆଣି ଏଠାରେ ବିକ୍ରି କରିଥିବା ଜଣାପଡ଼ିଛି ।