ଗଞ୍ଜେଇ ଜବତ, ଜଣେ ଗିରଫ

 କଟକ : ଆଜି ରାଜ୍ୟ ଅବକାରୀ ବିଭାଗର କଟକ ସ୍ଥିତ ଗୁଇନ୍ଦା ବିଭାଗ (ଇଆଇ ଏବଂ ଇବି) ର କର୍ମଚାରୀମାନେ ସ୍ଥାନୀୟ ଓଏମପି ଛକ ସ୍ଥିତ ବେହେରା ସୁଇଟଷ୍ଟଲ ନିକଟରେ ଚଢ଼ାଉ କରି ସେଠାରେ ଗଂଜେଇ ଚାଲାଣ କରିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବଡ଼ଗ୍ରାମର ସଂଯୁକ୍ତା ନାଗ (୩୩) । ଅଭିଯୁକ୍ତ ନିକଟରୁ ଅବକାରୀ ପୋଲିସ ୧୬କେଜି ଗଂଜେଇ ଜବତ କରିଥିଲା । ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ୧ଲକ୍ଷ ୬୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ଧୀରେନ ବେହେରା, ଅବକାରୀ ଇନ୍ସପେକ୍ଟର ଅବନୀ ମହାପାତ୍ର, ଏସଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ, ଏଏସଆଇ କିଶୋର ଚନ୍ଦ୍ର ରାଉତ, ଏଏସଆଇ ଥବିର ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।