ଗଣ୍ଡଗୋଳ ଘଟଣା ; ଜଣେ କୋର୍ଟ ଚାଲାଣ 

ଗଣ୍ଡଗୋଳ ଘଟଣା ; ଜଣେ କୋର୍ଟ ଚାଲାଣ 

ରାଜନଗର : ରାଜନଗର ବ୍ଲକ ସଦର ମହକୁମାରେ ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଗ୍ରାମର ସୀତା ସେଠୀ ରାଜନଗର ଥାନାରେ ତାଙ୍କୁ ଓ ତାଙ୍କ ପୁଅ ଜୀବନ ସେଠୀ(ହୁଣ୍ଡା)ଙ୍କୁ ଅଭୟ ମଳିକଙ୍କ ପୁଅ ବାପି ମଳିକ ମାଡ ମାରିଥିବା ନେଇ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ୧୬୪/୨୫ରେ ମାମଲା ରୁଜୁ କରିଥିଲା । ଶୁକ୍ରବାର ଦିନ ବାପିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି ନରେଶକୁମାର ସାହୁ ସୂଚନା ଦେଇଛନ୍ତି ।