ଗାଡ଼ି ଧକ୍କାରେ ୩ କଲେଜ ଛାତ୍ର ଆହତ
ବଡ଼ଚଣା: ଏହି ଥାନା ୫୩ ନମ୍ୱର୍ ଡ଼ୁବୁରୀ-ଚଣ୍ଡିଖୋଲ ଜାତୀୟ ରାଜପଥର ସୁଭଦ୍ରାପୁର ଛକ ନିକଟରେ ବାବା ଭୈରବାନନ୍ଦ ମହାବିଦ୍ୟାଳୟରୁ ୩ଜଣ କଲେଜ ଛାତ୍ର ବାଇକ୍ରେ ଅସୁଥିବା ବେଳେ ଅଜଣାଗାଡ଼ି ଧକ୍କାରେ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆହତ ଭୁବନପୁରର ସୌମ୍ୟ ପ୍ରକାଶ ବାଇ(୨୦), ପଲେଇ ଗ୍ରାମର ଅଙ୍କୁଶ ବେହେରା (୨୦), ନଠୁଆବରର ବଳରାମ ସେଠୀ (୨୦) ହୋଇଥିବା ବେଳେ ଖବର ପାଇ ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା ଓ ଧାନମଣ୍ଡଳ ଫାଣ୍ଡି ଅଧିକାରୀ ଚିତରଞ୍ଜନ ମହାନ୍ତି ସମେତ ପହଁଚି ଚଣ୍ଡିଖୋଲ ଅଗ୍ନିଶମକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ଅଧିକାରୀ ସନ୍ତୋଷ କୁମାର ସ୍ୱାଇଁ ତାଙ୍କ ସଦଳବଳେ ନେଇ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଥିଲେ । ବଳରାମଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।