ଗୁରୁପୂଜନ ଓ ସମ୍ବର୍ଦ୍ଧନା ସମାରୋହ

ଦଶରଥପୁର : ଦଶରଥପୁର ବ୍ଲକ କୟାଁ ପଞ୍ଚାୟତ ଲକ୍ଷ୍ମୀପୁର ଗ୍ରାମର ପଦ୍ମାଳୟା ଭବନ ଠାରେ ବିଶ୍ୱରୂପା ସାହିତ୍ୟ ପତ୍ରିକା ପକ୍ଷରୁ ପବିତ୍ର ଗୁରୁପୂଜନ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଡଭୋକେଟ ବୈକୁଣ୍ଠନାଥ ପରିଡ଼ାଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦର ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ସାମଲ, କୟାଁଗୋଲା ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ କୁଳମଣି ମଲ୍ଲିକ, ଶିକ୍ଷାବିତ ଦୀପ୍ତିରଞ୍ଜନ ନାୟକ, କୟାଁଗୋଲା ଆଞ୍ଚଳିକ ଉନ୍ନୟନ ପରିଷଦର ସମ୍ପାଦକ ଗଣନାଥ ନାୟକ, ସମାଜସେବୀ ସୁନୀଲ ନାୟକ, ଅକ୍ଷୟ ସାହାଣୀ, ଅବସରପ୍ରାପ୍ତ ସେନା ଶିକ୍ଷକ ଗୌରଚନ୍ଦ୍ର ନାୟକ ଯୋଗଦେଇ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ଗୁରୁ ଦିବସ ଉପରେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷିରେ ଛାତ୍ରଛାତ୍ରୀମାନେ ଗୁରୁମାନଙ୍କୁ ପୂଜାର୍ଚ୍ଚନା କରିଥିବା ବେଳେ ଅତିଥିମାନେ ବରିଷ୍ଠ ଶିକ୍ଷାବିତଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସତୀଶ ପରିଡା, ପୁଷ୍ପାଞ୍ଜଳି ପରିଡ଼ା ଓ ଯଯାତି କେଶରୀ ପରିଡ଼ା ଗୁରୁବନ୍ଦନା ଗାନ କରିଥିଲେ । ବିଶ୍ୱରୂପା ସାହିତ୍ୟ ପତ୍ରିକାର ସମ୍ପାଦକ ପ୍ରତାପ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସୌମେନ୍ଦ୍ର ପରିଡ଼ା ଓ ରାଜେନ୍ଦ୍ର ପରିଡ଼ା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରଗଡି: କୋରେଇ ବ୍ଲକ କନ୍ତୋର ପଞ୍ଚାୟତ କଜଳାଇ ବିଦ୍ୟାପୀଠ ପରିସରରେ ପୂର୍ବକୋଟ କ୍ଲଷ୍ଟରସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ପୂର୍ବକୋଟ ସରକାରୀ ଉ.ପ୍ରା ସ୍କୁଲର ପ୍ରଧାନଶିକ୍ଷକ ତଥା କୋରେଇ ବ୍ଲକ ନିଖିଳୋକôଳ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅଶୋକ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି  । ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକ ବସନ୍ତ ମହାନ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କବିନ୍ଦ୍ର ଚନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ସୁଶାନ୍ତ ନାୟକ, ପ୍ରଫୁଲ୍ଲ ନାଥ, ସୁବାସ ଚନ୍ଦ୍ର ତ୍ରିପାଠୀ, ଘନଶ୍ୟାମ ଖିଲାର ଓ କର୍ମଚାରୀ ଅଜୟ ସ୍ୱାଇଁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା  । ନୀଳମାଧବ ଖିଲାର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ବିଦ୍ୟାଧର ସାହୁ, ଶିକ୍ଷୟିତ୍ରୀ ମୌସୁମୀ ମୁରା, ସ୍ଥାନୀୟ ସିଆରସିସି ପ୍ରଭାକର ଜେନା ପ୍ରମୂଖ ଉପସ୍ଥିତ ରହିଥିଲେ ।
ସୁକିନ୍ଦା: ହାତୀବାରି ସ୍ଥିତ ଆମଗାଁ ବିକାଶ ମଞ୍ଚର ବାର୍ଷିକ ଉତ୍ସବ ଅବସରରେ ଏକ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବଂଶୀଧର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷା କ୍ଷେତ୍ରରେ ଶରତ ଚନ୍ଦ୍ର ସ୍ୱାଇଁ, ସମାଜସେବୀ ସୁଦର୍ଶନ ଦୋରା, ସଫଳ କୃଷକ ଭରତ ଚନ୍ଦ୍ର ରାଉତ ଓ ସଙ୍ଗୀତ ନିଦେ୍ର୍ଦଶକ ପ୍ରଦୀପ ପ୍ରଧାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅତିଥି ଭାବେ ଶେଷଦେବ ନାୟକ, ଡ. କୃଷ୍ଣଚନ୍ଦ୍ର ପ୍ରଧାନ ଓ କଳାକାର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ବିକାଶ ମଞ୍ଚର ସଭାପତି କୁଳମଣି ଦାସ ମଞ୍ଚର କାର୍ଯ୍ୟଧାରା ଉପରେ ମତବ୍ୟକ୍ତ କରିଥିଲେ । ସମ୍ପାଦକ ତଥା ଅଧ୍ୟାପକ ରଞ୍ଜନ ନାୟକ ମଞ୍ଚର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ଉପରେ ମତବ୍ୟକ୍ତ କରିଥିଲେ । କୋଷାଧ୍ୟକ୍ଷ ରବୀନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । 
ଦାନଗଦୀ : ଦାନଗଦୀ ବ୍ଲକ ଶିକ୍ଷା ବିକାଶ ପରିଷଦ ପକ୍ଷରୁ ଷୋଡଶତମ ସ୍ୱନକ୍ଷତ୍ର ଦିବସ ପବିତ୍ର ଗୁରୁଦିବସ ବୁଦ୍ଧରାଜ ବିଦ୍ୟାପୀଠରେ ପାଳିତ ହୋଇଯାଇଛି । ଅତିଥି ଭାବେ ଏବିଓ ଜୟରାମ ମଲ୍ଲିକ, ଶିକ୍ଷାବିକାଶ ପରିଷଦ ପ୍ରତିଷ୍ଠାତା ମଦନ ମୋହନ କର, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଶାନ୍ତ ରାୟ, ବିଡିଓ ଦାନଗଦୀ ପ୍ରଦୀପ ସେଠି, ସାରସ୍ୱତ ସାଧକ ପ୍ରଫୁଲ୍ଲ କୁମାର ଚକ୍ର,ଅକ୍ଷୟ କୁମାର ରାଉତ, ସଭାପତି ପ୍ରଭାତ ପୃଷ୍ଟି ଯୋଗ ଦେଇଥିଲେ । ଶିକ୍ଷା ବିକାଶ ପରିଷଦର ମୁଖପତ୍ର ‘ଜ୍ୟୋତି ପ୍ରଭା’ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ଶିକ୍ଷା ବିକାଶ ପରିଷଦର ମୁଖ୍ୟ ସମ୍ପାଦକ ଗଣନାଥ ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପୂଜ୍ୟପୂଜାଙ୍କୁ ସମ୍ମାନ ଦେବାକୁ ଯାଇ ୧୯ଜଣ ଶିକ୍ଷକ ଓ ୧୭ ଜଣ ଛାତ୍ର ଛାତ୍ରୀଙ୍କ ସହ ମାଟ୍ରିକ ଟପ୍ପର ସମ୍ବର୍ଦ୍ଧିତ କରାଯାଇଥିଲା । 
ଟମକା : ଟୋଲକାନୀ ସ୍ଥିତ ଝାଡେଶ୍ୱର ମହାବିଦ୍ୟାଳୟ +୨ରେ ଗୁରୁଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡ. ଅକ୍ଷୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ "ଗୁରୁହିଁ ପ୍ରେରଣାର ଉତ୍ସ’ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟାପକ ଡ. କ୍ଷୀରୋଦ ଚନ୍ଦ୍ର ବେହେରା, ଅଧ୍ୟାପିକା ମୀରାମ୍ବିକା ସାହୁ, ଅଧ୍ୟାପକ ରଞ୍ଜନ ସାହୁ, ତୋଫାନ କୁମାର ଜେନା, ଗୋବର୍ଦ୍ଧନ ସାହୁ, ରଞ୍ଜନ ଖଣ୍ଡା, ମୁନା ନାୟକ, ଅମର ସେଠୀ, ଶ୍ରୀମନ୍ତ ନାୟକ, ବାଇଧର ସାହୁ, ଅଧ୍ୟାପିକା ପାରିଜାତ ମହାନ୍ତି, ଇତିଶ୍ରୀ ମଲ୍ଲିକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, କଲ୍ୟାଣୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପିଲାମାନଙ୍କ ଦ୍ୱାରା ଗୁରୁ ବନ୍ଦନା ଗାନ କରଯାଇଥିଲା ଓ ଗୁରୁ ପୂଜନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଶେଷରେ ଅଧ୍ୟାପକ ଅଭୟ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କର୍ମଚାରୀ ଅବନୀ ମହାରଣା, ନାରାୟଣ ସାହୁ, ବ୍ରିଜେଶ ବେହେରା, ସୁଶାନ୍ତ ପଣ୍ଡା, ସତ୍ୟଭାମା ସାହୁ, ସତ୍ୟଭାମା ମୁଖୀ ପ୍ରମୁଖ ଯୋଗ ଦେଇଥିଲେ ।