ଗୁରୁ ପୂର୍ଣ୍ଣିମା ପାଳିତ 

ବୁଗୁଡ଼ା :  ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ଗୁରୁମା ସୁମତି ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ବିପିନ ବିହାରୀ ପଟ୍ଟନାୟକ,  ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତି ସମ୍ପାଦକ ବିଶ୍ୱ ମୋହନ ମିଶ୍ର ଓ କୋଷାଧ୍ୟକ୍ଷ ତ୍ରିଲୋଚନ ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନର ବିଶେଷତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ରାଷ୍ଟ୍ରୀୟ ବନ୍ଦନା ଗାନ ପୂର୍ବକ ଶାରୀରିକ ପ୍ରମୁଖ ଗୁରୁଜୀ ସଞ୍ଜୟ କୁମାର ଷଡଙ୍ଗୀଙ୍କ ଦ୍ୱାରା ଗୈରିକ ଧ୍ୱଜା ଉତ୍ତୋଳନ କରାଯାଇଥିଲା ।  ଶିଶୁ ମନ୍ଦିରର ସେବାବ୍ରତୀଗଣ ଓ ଛାତ୍ରଛାତ୍ରୀବୃନ୍ଦ ଧ୍ୱଜା ପ୍ରଣାମ ପୂର୍ବକ ଗୁରୁ ଦକ୍ଷିଣା ପ୍ରଦାନ କରିଥିଲେ । ଗୁରୁମା ତେଜସ୍ୱିନୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୁରୁମା ହରପ୍ରିୟା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପରିଶେଷରେ ଗୁରୁଜୀ ଲଡୁ କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।