ଗୁରୁ ବ୍ରଦର୍ସ ଏଣ୍ଟରଟେନମେଣ୍ଟ କପ୍ ଉଦ୍ଘାଟିତ 

ରାଜକନିକା:  ରାଜକନିକା ବ୍ଲକ ଡାଳିକାଏନ୍ଦାରେ ଡ଼. ହୟଗ୍ରୀବ ଗୁରୁଙ୍କ ପ୍ରାୟୋଜିତ ପଞ୍ଚମ ବାର୍ଷିକ ଗୁରୁ ବ୍ରଦର୍ସ ଏଣ୍ଟରଟେନମେଣ୍ଟ କପ୍ ଉଦଘାଟିତ ହୋଇଯାଇଛି । ଖେଳ ନୃସିଂହ ନାଥ କ୍ଲବ୍ ଗଞ୍ଜା ଓ ଅଚୁ୍ୟତପୁର କ୍ରିକେଟ କ୍ଲବ ମଧ୍ୟରେ ହୋଇଥିଲା । ଏଥିରେ ଗଞ୍ଜା ୬୦ ରନରେ ବିଜୟ ଲାଭ କରି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି । ଗଞ୍ଜା ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୭ ଉଇକେଟ ହରାଇ ୧୫୨ ରନ କରିଥିବାବେଳେ, ଅଚୁ୍ୟତପୁର ୧୪ ଓଭରରେ ୯୨ ରନ କରି ପରାଜୟ ବରଣ କଲା । ସାମାଜିକ କର୍ମୀ କୈଳାସ ଚନ୍ଦ୍ର ସେଠି ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଖେଳରେ ମୁଖ୍ୟଅତିଥି ଭାବେ ଉକôଳମଣି ବିଦ୍ୟାପୀଠ ପ୍ରଧାନଶିକ୍ଷକ ହୃଦୟ ନାୟକ, ସମ୍ମାନିତଅତିଥି ସହକାରୀ ଶିକ୍ଷକ ପ୍ରବୀଣ ବେହେରା, ଗୁରୁ ବ୍ରଦର୍ସ ପକ୍ଷରୁ ଅନିଲ ଗୁରୁ, ମୋହନ ବେହେରା ପ୍ରମୁଖ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଦଳର ଶ୍ରୀକାନ୍ତ ସାହୁଙ୍କୁ ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପ୍ରଦାନ କରିଥିଲେ । ଅଜିତ ଗୁରୁ ଓ ସଚିନ ପାଗଳ ଖେଳ ପରିଚାଳନା କରିଥିବାବେଳେ, କ୍ଲବ ସଭାପତି ପ୍ରମୋଦ ରାଉତ, ସମ୍ପାଦକ ସରୋଜ ବେହେରା, ରଜତ ସ୍ୱାଇଁ, ଦିବ୍ୟରଞ୍ଜନ ସ୍ୱାଇଁ, କଳିଙ୍ଗ ଜେନା, ପବିତ୍ର ସ୍ୱାଇଁ, ଲୋକେଶ ବାରିକ, ସତ୍ୟବ୍ରତ ସ୍ୱାଇଁ, ସୁଶୀଲ ଦଳାଇ, ଅସିତ ନାୟକ, ଆଲୋକ ସ୍ୱାଇଁ, ବିପ୍ଳବ ସ୍ୱାଇଁ, ଡକମ ବେହେରା, ସିଲୁ ସ୍ୱାଇଁ, ପ୍ରଶାନ୍ତ ମହଲା, ଜିତେନ୍ଦ୍ର ସ୍ୱାଇଁ, ପବିତ୍ର ସୁତାର, ବିଚିତ୍ର ବେହେରା, ଶକ୍ତିମୟ ବିଶ୍ୱାଳ, ଅମିତ ବିଶ୍ୱାଳ, ଗୁଡ଼ୁ ବେହେରା, ସବୁଜ ଜେନା ଓ ସୁବ୍ରତ ପାଣି ଆଦି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।