ଗୋଟିଏ କୋଠରୀରେ ପାଠ ପଢ଼ୁଛନ୍ତି ୩ ଶ୍ରେଣୀର ଛାତ୍ରଛାତ୍ରୀ
ାା ପ୍ରଭାନୁ୍ୟଜ ।ା ଦଶରଥପୁର୮: ୫-ଟି ମାଧ୍ୟମରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କଲେ । ହେଲେ ବିଦ୍ୟାଳୟର ସମସ୍ୟା ସମାଧାନ ହୋଇପାରିଲା ନାହିଁ । ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀମାନଙ୍କ ମନରେ ଜାଗିଥିବା ଆଶା ଶେଷରେ ପାଣିଫୋଟକା ପରି ମିଳାଇଯାଇଛି । କେଉଁଠି ବିଦ୍ୟାଳୟରେ କୋଠରୀ ଅଭାବ ତ କେଉଁଠି ଶିକ୍ଷକ ଅଭାବ । ଯାହାକୁ ନେଇ ପୁରା ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାର ବହୁ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଏପରି ଏକ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଦେଖାଦେଇଛି ଦଶରଥପୁର ବ୍ଲକ୍ର ନାରୀଗାଁ ଉଚ୍ଚ ବିଦ୍ୟାଳୟରେ । ଏହି ବିଦ୍ୟାଳୟଟିରେ ପ୍ରାୟ୨କୋଟିରୁ ଊଦ୍ଧ୍ୱର୍ ଟଙ୍କା ୫-ଟି ଯୋଜନାରେ ଖର୍ଚ୍ଚ କରାଯାଇଛି । କିନ୍ତୁ ବିଦ୍ୟାଳୟଟିର ପାରିପାଶ୍ୱର୍ିକ ଅବସ୍ଥା ଦେଖିଲେ ବିଦ୍ୟାଳୟର ସମସ୍ୟା ଆଦୌ ସୁଧୁରିନି ବୋଲି କୁହାଯାଇପାରିବ । କୋଟି କୋଟି ଖର୍ଚ୍ଚ ହୋଇଛି ହେଲେ ଶ୍ରେଣୀ ଗୃହର ଅଭାବ ଦୂର ହୋଇପାରିଲାନି । ଖେଳପଡ଼ିଆ ନାମରେ ଅର୍ଥ ବିନିଯୋଗ ହୋଇଛି ସତ ହେଲେ ଖେଳପଡ଼ିଆର ଚିହ୍ନବର୍ଣ୍ଣ ନାହିଁ । ଏପରିକି ସାଇକେଲ ଷ୍ଟାଣ୍ଡ ଏହି ବିଦ୍ୟାଳୟରେ ନଥିବାବେଳେ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ । ପର୍ଯ୍ୟାପ୍ତ ଶୌଚାଳୟ ନଥିବାରୁ ଛାତ୍ରଛାତ୍ରୀମାନେ ନାହିଁନଥିବା ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଏହି ବିଦ୍ୟାଳୟର ମୋଟ ୪୩୮ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଶ୍ରେଣୀଗୃହର ଅଭାବ ଲାଗିରହିଛି । ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ପ୍ରାୟ ଦେଢ଼ ବର୍ଷରୁ ଊଦ୍ଧ୍ୱର୍ ସମୟ ହେଲାଣି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀରେ ବିଦ୍ୟାଳୟ ଚାଲିଛି । ୫-ଟିରେ ପୁରୁଣା କୋଠରୀରେ କେବଳ ରଙ୍ଗ ବୋଳି ସ୍ମାର୍ଟ କ୍ଲାସ୍ ହୋଇଛି ସତ ହେଲେ ପିଲା ଏଠାରେ ପାଠପଢ଼ିବା ସମ୍ଭବ ହେଉନି । ବିଦ୍ୟାଳୟ ପରିସରରେ ନଳକୂପ ଅଛି ହେଲେ ଲୁଣିପାଣି ବାହାରୁ ଥିବାରୁ ଏହା ପିଇବା ପାଇଁ ଅନୁପଯୁକ୍ତ ହୋଇପଡ଼ିଛି । ତୁରନ୍ତ ସମସ୍ୟାବହୁଳ ଏହି ବିଦ୍ୟାଳୟଟି ପ୍ରତି ଜିଲାପାଳ ଦୃଷ୍ଟିଦେବାକୁ ଅଭିଭାବକଙ୍କ ପକ୍ଷରୁ ଦାବି କରାଯାଇଛି ।