ଟଳିଲା ବାତ୍ୟା ବିପଦ : ଅବିରାମ ବର୍ଷା ଜାରି, ଜନ ଜୀବନ ଅସ୍ତବ୍ୟସ୍ତ

ାା ପ୍ରଭାନୁ୍ୟଜ ।ା ଭଦ୍ରକ/ଧାମନଗର : ଗତକାଲି ମଧ୍ୟ ରାତ୍ରିରେ ବାତ୍ୟା ଦାନର ଲ୍ୟାଣ୍ଡଫଲ୍ ପରେ ଜିଲ୍ଲାରେ ବର୍ଷା ପବନ ବିତ୍ପାତ ଜାରି ରହିଛି । ଶହେ ମି.ମି ଉପରେ ବର୍ଷା ରେକର୍ଡÿ କରାଯାଇଥିବା ବେଳେ ଷାଠିଏ କି.ମି ଉପରେ ପବନ ବୋହୁଛି । କାଲି ରାତିଠୁ ଆଜି ରାତି ପର୍ଯ୍ୟନ୍ତ ଅହରହ ବର୍ଷା ଲାଗି ରହିଛି । ଏଥି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ଆଇ.ଏ.ଏସ ଅଫିସର ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କ୍ଷୟକ୍ଷତି ଓ ସେବା କାର୍ଯ୍ୟ ଉପରେ ବୈଠକ ହୋଇଯାଇଛି । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମସ୍ତ ବ୍ଲକରେ ପହଞ୍ଚି କାର୍ଯ୍ୟ ଖସଡ଼ା ଉପରେ ତନଖି କରିବା ସହିତ ସମସ୍ତ କାର୍ଯ୍ୟ ଠିକ ଭାବେ କରାଯାଇ ଲୋକଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ମିଳିବା ନେଇ ର୍ନିେଶ ଦେଇଛନ୍ତି । ତେବେ ଧାମରା ଭିତରକନିକା ଦେଇ ଲ୍ୟାଣ୍ଡଫଲ ହୋଇଥିବା ଯୋଗୁଁ ଭୀଷଣ ପବନରେ ବାସୁଦେବପୁର ଓ ଚାନ୍ଦବାଲିରେ ଗଛ ଉପୁଡିବା ସହିତ ବହୁ ଘର ଭାଙ୍ଗି କ୍ଷତି ଘଟିଥିବା ବେଳେ ଧାମରା ବନ୍ଦରରେ ବହୁ ଟାୱାର ଓ ଗୋଡାଉନ ଭାଙ୍ଗି ଯାଇଛି  । ଜିଲ୍ଲାରେ ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲିର ୨୧୮ ପଞ୍ଚାୟତର ୧୨୨୦ ଗ୍ରାମରେ ଓ ମୁନିସିପାଲିଟିର ୮୩ ଟି ୱାର୍ଡରେ ୧୪୨୦୪୯୯ ଜଣ ଲୋକ ବାତ୍ୟାରେ ପ୍ରଭାବିତ ହୋଇଥିବାବେଳେ ୯୧୭ଟି ଆଶ୍ରୟସ୍ଥଳରେ ୧୩୬୫୮୭ ଜଣଙ୍କୁ ରଖାଯାଇ ଶୁଖିଲା ଓ ରନ୍ଧା ଖାଦ୍ୟ ଜଗାଇ ଦିଆଯାଉଛି । ଆସନ୍ତାକାଲି ମଧ୍ୟ ଦିଆଯିବା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ୭୦୨୯୩ ହେକ୍ଟର ଚାଷ ଜମି କ୍ଷତି ହୋଇଥିବା ପ୍ରାଥମିକ ଆକଳନ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ୪୫୬ଟି ମାଟି ଘର ଭାଙ୍ଗିଥିବା ଆକଳନ କରାଯାଇଛି । ସେହିପରି ଚିକିସôା ନେଇ ପଚିଶଟି ମେଡିକାଲ ଟିମ୍ କୁ ନିୟୋଜିତ କରାଯାଇଥିବା ବେଳେ ପଶୁ ଚିକିସôା ନିମନ୍ତେ ୭ଟି ଟିମ୍ କୁ ନିୟୋଜିତ କରାଯାଇଛି । ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ଆଶଙ୍କା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଯାଇଛି । ବିଦୁ୍ୟତ ବିଭାଗ ପକ୍ଷରୁ ବିଦୁ୍ୟତ ଯୋଗାଣ କରାଯାଇଥିବା ବେଳେ ଅଳ୍ପ କେତେକ ଗ୍ରାମକୁ ଗଛ କଟା ଯିବା କାର୍ଯ୍ୟ ଚାଲୁରହିଥିବା ବେଳେ ଶୀଘ୍ର ବିଦୁ୍ୟତ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ପଞ୍ଚାୟତ ସ୍ତରୀୟ କର୍ମୀଙ୍କୁ ନେଇ ବହୁ ନେତା ସେବା କାର୍ଯ୍ୟ ଜାରି ରଖିଥିବା ବେଳେ ସାମାଜିକ ଅନୁଷ୍ଠାନ ଗୁଡିକ ପକ୍ଷରୁ ମଧ୍ୟ ଗଛ କାଟିବା, ଗୋ-ଖାଦ୍ୟ ଖୁଆଇବା, ସଫେଇ ଜଳ ନିଷ୍କାସନ ଇତ୍ୟାଦି କାର୍ଯ୍ୟରେ ଲାଗିଥିବା ଦେଖିବାକୁ ମିଳିଛି । ସେହିପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପୋଲିସ ଟିମ୍ ଓ ଅଗ୍ନିଶମ ବାହିନୀ ଟିମ୍ ବିଭିନ୍ନ ସ୍ଥାନରୁ ଗଛ କାଟି ରାସ୍ତା ଯାତାୟାତ ସୁବିଧା କରୁଥିବା ଦେଖିବାକୁ ମିଳିଛି । ଆସନ୍ତାକାଲି ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । 
ଭଣ୍ଡାରିପୋଖରୀ,୨୫ା୧୦: ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ସାମୁଦ୍ରିକ ବାତ୍ୟା ‘ଦାନା’ ପ୍ରଭାବରେ ଅବିରାମ ବର୍ଷା ଲାଗି ରହିଛି । ଗତ ଗୁରୁବାର ରାତ୍ରିରେ ମଧ୍ୟମ ଧରଣର ପବନ ସହ ବାତ୍ୟା ଅତିକ୍ରମ କରିଥିଲା । ଏହା ପ୍ରଭାବରେ ନାଆମୀ, ଜଳମଣ୍ଡୁଆ, ବିଷ୍ଣୁପୁର, କହରାପୋଖରୀ, ନେରଡା, ରାଢୋ, ମଣିନାଥପୁର, ବିରୋଳି ଆଦି ବହୁ ଗ୍ରାମକୁ ସଂଯୋଗକାରୀ ରାସ୍ତା, ରାଜପଥ, ଘର ଉପରେ ବଡ ବଡ ବଛ ଉପୁଡି ପଡିଥିଲା । ଅଗ୍ନିଶମ ବାହିନୀ ପକ୍ଷରୁ ଶୁକ୍ରବାର ଦିନ ତମାମ ଉପୁଡି ପଡିଥିବା ଗଛକାଟି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଥିଲା । ତେବେ କୌଣସି ସ୍ଥାନରେ ବିଦୁ୍ୟତ ଖୁଣ୍ଟ ଉପୁଡି ପଡି ନାହିଁ ବୋଲି ଟାଟା ପାୱାର ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ଅପରାହ୍ନ ସୁଦ୍ଧା ପରୀକ୍ଷା ମୂଳକ ଭାବେ ବିଦୁ୍ୟତ ସେବା ଆରମ୍ଭ କରାଯାଇଛି । ବିଦୁ୍ୟତ ସରବରାହ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ହେବାକୁ ଶନିବାର ପୂର୍ବାହ୍ନ ପର୍ଯ୍ୟନ୍ତ ଲାଗିବ ବୋଲି ଜଣାଯାଇଛି । ଗତ ଗୁରୁବାର ରାତ୍ରରୁ ଲଗାଣ ବର୍ଷା ଭାରିମାତ୍ରାରେ ଲାଗି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯ ମିଲିମିଟର ବର୍ଷା ରେକର୍ଡ ହୋଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ ବୈତରଣୀ ନଦୀର ଉପମୁଣ୍ଡରେ ସାମାନ୍ୟ ଧରଣର ବର୍ଷା ହୋଇଥିବା ଜଣାଯାଇଛି । ନଦୀର ଉପରମୁଣ୍ଡ କେଉଁଝରରେ ୨୩୫.୩ ମିଲିମିଟର, ଚମ୍ପୁଆରେ ୫୦.୧ ମିଲିମିଟର, ସ୍ୱାମୀପାଟଣାରେ ୩.୦ ମିଲିମିଟର, ଆନନ୍ଦପୁରରେ ୨୬.୨ ମିଲିମିଟର ଓ ଆଖୁଆପଦାରେ ୪୬.୦ ମିଲିମିଟର ବର୍ଷା ହୋଇଛି ବୋଲି କେଉଁଝର ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ । ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ବାତ୍ୟା ସୁରକ୍ଷା ପାଇଁ ସ୍ଥାନାନ୍ତର ହୋଇଥିବା ବ୍ୟକ୍ତିମାନେ ଶୁକ୍ରବାର ଅପରାହ୍ନରେ ଘରକୁ ଫେରୁଥିବା ଜଣାଯାଇଛି । ଶନିବାର ସ୍ଥିତି ସ୍ୱାଭାବିକ ହେବ ବୋଲି ତହସିଲଦାର ସରୋଜକାନ୍ତ ନାୟକ ସୂଚନା ଦେଇଛନ୍ତି  ।
ବନ୍ତ: ବାତ୍ୟା ଦାନାରେ ବନ୍ତ ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି । ଆଗରପଡ଼ା ଥାନା ଅଧିନ ଗୋପୀନାଥ ପୁର୍, ଚାରିଗାଁ, ଅଣୀଜୋ, ବଡମହିଂସିଗୋଠ, ବି ଟି ପୁର୍, ବି ବି କୟାଁ, କାଦବରାଙ୍ଗ, ଓଡ଼ଙ୍ଗ, ପୁରୁଷଣ୍ଢ, ଅଡ଼ିÿଆ ଆଦି ଗ୍ରାମ ପଞ୍ଚାୟତ ବିଶେଷ ପ୍ରଭାବିତ ହୋଇଛି । ଏହି ଗ୍ରାମ ପଞ୍ଚାୟତରେ ପ୍ରସାଶନ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ନୋଡାଲ ଅଫିସର ଦାୟୀତ୍ୱରେ ଥିବା ଅଧିକାରୀ ମାନେ ଦିନ ରାତି ରହି କଚ୍ଚା ତଥା ବିପଦ ସଂକୁଳ୍ ବାସଗୃହରେ ରହୁଥିବା ଲୋକ ମାନଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟ କେନ୍ଦ୍ରରେ ରଖି ଶୁଖିଲା ଓ ରନ୍ଧା ଖାଦ୍ୟ ଦେଉଛନ୍ତି । ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଳ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡ଼ିଓ ପ୍ରଦୀପ ସେଠୀ, ତହସିଲ ଦାର ସାରା ହେଁବ୍ରମ୍, ଅତିରିକ୍ତ ତହସିଲଦାର ପ୍ରଶାନ୍ତ ପୁହାଣ୍, ଥାନାଧିକାରୀ ଶ୍ରୀକାନ୍ତ ପତି,ଏମ ଆଇ ଶ୍ରଦ୍ଧା ମଲ୍ଲିକ ବାତ୍ୟା ଆଶ୍ରୟ ସ୍ଥଳୀ ତଥା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଉପରେ ନଜର ରଖିଛନ୍ତି । ଆଜି ସକାଳ ଠାରୁ ଭୀଷଣ ପବନ ସହିତ ବର୍ଷା ଲାଗି ରହିଛି । ପବନରେ ଆଗରପଡାରୁ ଭଦ୍ରକ ମୁଖ୍ୟ ରାସ୍ତାର