ଗୋପରେ ଟ୍ରାଫିକ ସମସ୍ୟାର ସମାଧାନ କେବେ?
ଗୋପ : କୋଣାର୍କକୁ ଦୈନିକ ଶତାଧିକ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ଭୁବନେଶ୍ୱରରୁ ପିପିଲି ନିମାପଡା ଗୋପ ରାସ୍ତା ଦେଇ କୋଣାର୍କକୁ ରାଜ୍ୟ ଓ ରାଜ୍ୟ ବାହାରୁ ଅସଂଖ୍ୟ ପର୍ଯ୍ୟଟକଙ୍କ ଯାତାୟାତ କରନ୍ତି । ଗୋପରେ ସଦାସର୍ବଦା ଟ୍ରାଫିକ ଯାମ୍ ପାଇଁ ବଜାର ଅତିକ୍ରମ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଗୋପ ଥାନାରେ ଆବଶ୍ୟକୟୀ କର୍ମଚାରୀ ନ ଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡିଛି । ଗୋପ ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ସାଙ୍ଗକୁ ରୋଡ୍ ସାଇଡରେ ଉଠା ଦୋକାନୀଙ୍କ ଭିଡ ଲାଗିଥାଏ । ଯାହାଫଳରେ ଏଠାରେ ଅଧିକାଂଶ ସମୟରେ ଟ୍ରାଫିକ ଯାମ୍ ଯୋଗୁ ଦୀର୍ଘ ସମୟ ଧରି ଗାଡିମାଟର ଅଟକୁଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ପର୍ଯ୍ୟଟକ ଗାଡି ମଧ୍ୟ ଟ୍ରଫିକରେ ଫସି ରହିଥାଏ । ମୁଖ୍ୟତଃ ଗୋପ ପିଏନ୍ବି ବ୍ୟଙ୍କ ଠାରୁ ଦେବୀ ବଜାର ପର୍ଯ୍ୟନ୍ତ ଅଣଓସାରିଆ ରାସ୍ତା ଥିବାରୁ ପ୍ରତ୍ୟକ ମୁହର୍ତ୍ତରେ ଟ୍ରାଫିକ ସମସ୍ୟା ସୃଷ୍ଠି ହେଉଛି କ୍ଷ ଗୋପ ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଟି ହେଉଛି ଟ୍ରାଫିକ ସମସ୍ୟା କ୍ଷ ଯେଉଁଥିପାଇଁ ଅନେକ ସମୟରେ ଗୁରୁତର ରୋଗୀନେଇ ଯାଉଥିବା ଆମ୍ବୁଲାନ୍ସ ମଝିରେ ଅଟକିଥାଏ । କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସୁଥିବା ଦେଶ ବିଦେଶ ର ପ୍ରଯ୍ୟଟକମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଏହି ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ କାହାରି ଚିନ୍ତା ନାହିଁ । ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ବନେ୍ଦାବସ୍ତ ନାହିଁ କି ନିର୍ବାଚିତ ଲୋକ ପ୍ରତିନିଧିଙ୍କ କୌଣସି ଚିନ୍ତା ଅଛି । ଯେହେତୁ ଆଗକୁ ପର୍ବ ପର୍ବାଣୀ ଋତୁ ଆସୁଛି । ତେଣୁକରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏଥିପ୍ରତି ଟିକେ ଦୁଷ୍ଟିକୁ ଗୋପ ସୁରକ୍ଷା ମଞ୍ଚର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ଓ ଉତ୍ସର୍ଗ ପରିବାର ସମ୍ପାଦକ ବିଷ୍ଣୁ ମୋହନ ପ୍ରଧାନଙ୍କ ପକ୍ଷରୁ ଦାବି ହୋଇଛି ।