ଗୋଲକ ଧାମ ମଠରେ ଝୁଲଣ ମହୋସôବ
ଜଟଣୀ: ସ୍ଥାନୀୟ ଶ୍ରୀହରି ବିହାର ସ୍ଥିତ ଶ୍ରୀଜଗନ୍ନାଥ କଲୋନୀର ଗୁରୁକୂଳ ଆଶ୍ରମ ଗୋଲକ ଧାମ ମଠରେ ମହାସମାରୋହରେ ଝୂଲଣ ମହୋସôବ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତି ସଂଧ୍ୟାରେ ମହା ପ୍ରଭୁ ରାଧା ସର୍ବେଶ୍ୱରଙ୍କ ସହିତ ପତିତପାବନଙ୍କ ବିଗ୍ରହ ମାନଙ୍କୁ ଝୂଲଣ ଦୋଳିରେ ବିରାଜମାନ କରାଇ ଭଜନ କୀର୍ତ୍ତନ ସହିତ ପାଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡ଼ା ଚାନେ୍ଦାଳର ପାଲା ଗାୟିକା ପ୍ରଜ୍ଞାବାଦିନୀ ଉକôଳିକା ଘଡ଼େଇ ବିମୁଗ୍ଧକର ପାଲା ପରିବେଷଣ କରିଥିଲେ । ତାଙ୍କୁ ଗୁରୁକୂଳ ଆଶ୍ରମ ଗୋଲକ ଧାମ ମଠ ତରଫରୁ ବାଣୀପୁତ୍ରୀ ଉପାଧିରେ ଭୂଷିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ସାରସ୍ୱତ ପ୍ରେମିମାନେ ଉପସ୍ଥିତ ଥିଲେ । ମଠର ମଠାଧୀଶ କେଶବଦାସ ମହାରାଜା ଓ ମାତା ମଞ୍ଜରୀ ଦେବୀ ଆୟୋଜନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଚଳିତ ବର୍ଷ କାର୍ଯ୍ୟକ୍ରମକୁ ସ୍ଥାନୀୟ ବସ୍ତି ବାସିନ୍ଦା ସଭାପତି ଯୋଗେଶ ନାୟକ ପରିଚାଳନା କରିବା ସହିତ,ଅଭୟ ସ୍ୱାଇଁ,ମୁନାବାବୁ, ଗିରିଧାରୀ ଦାସ,ସବିତା ହାତି,ଅନୀତା ସ୍ୱାଇଁ, ସୁନନ୍ଦା ବାରିକ ଓ ବହୁ ଶ୍ରଦ୍ଧାଳୁମାନେ ସହଯୋଗ କରିଥିଲେ ।