ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏସି ଅଚଳ
କଣାସ : ରାଜ୍ୟ ସରକାର ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲାପାଳ, ବିଡିଓ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଙ୍କୁ ସଜାଗ ରହିବା ପାଇଁ ଗଣମାଧ୍ୟମରେ ଡେଙ୍ଗୁରା ପିଟୁଥିବାବେଳେ ପୁରୀ ଜିଲ୍ଲା କଣାସ ବ୍ଲକର କଣାସଠାରେ ପ୍ରତିଷ୍ଠିତ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି ଦିନ ହେଲା ଅଂଶୁଘାର ମୁକାବିଲା ପାଇଁ ପ୍ରସ୍ତିତ ହୋଇ ରହିଥିବା ଶୀତତାପ ନିୟନ୍ତ୍ରଣ କକ୍ଷଟି ଅଚଳ ହୋଇପଡିଥିବାରୁ ଅଂଶୁଘାତରେ ଆକ୍ରାନ୍ତ ହେଉଥିବା ରୋଗୀମାନେ ଦୁର୍ଦ୍ଧଶା ଭୋଗ କରୁଛନ୍ତି । ଡେଲାଙ୍ଗ ଗୋଡିପଡାର ସନ୍ତୋଷ ପରିଡା କଣାସଠାରେ କାର୍ଯ୍ୟ କରୁଥିବାବେଳେ, ଅଂଶୁଘାତରେ ଆକ୍ରାନ୍ତ ହୋଇଥିଲେ ତାଙ୍କ ସହିତ କାମ କରୁଥିବା ସାଥୀମାନେ ସଂଗେ ସଂଗେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିସ୍ôା ପାଇଁ ନେଇ ଆସିଥିଲେ । ଏସି ଅଚଳ ଥିବାରୁ ଭୁବନେଶ୍ୱର ସରକାରୀ ଢାକ୍ତରଖାନାକୁ ପଠାଇଦେଇଥିଲେ ।