ଗୋସୁରକ୍ଷା ବାହିନୀ ପକ୍ଷରୁ ହାଡ଼ ଗୋଟାଳି ହଟହଟ୍ଟା

 ଜଟଣୀ : ସ୍ଥାନୀୟ କୁଶମାଟି ଛଣଘର ପଞ୍ଚାୟତ ଅନ୍ତର୍ଗତ ତୈଳ ନିଗମ ରାସ୍ତା ଅଞ୍ଚଳରେ ଶନିବାର ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ବ୍ୟକ୍ତି ବୁଲାବୁଲି କରି ଗୋରୁ ହାଡ଼ ସଂଗ୍ରହ କରୁଥିବା ଖବର ପ୍ରଚାରିତ ହେବା ପରେ ଗୋସୁରକ୍ଷା ବାହିନୀ ସଦସ୍ୟ ଉକ୍ତ ଅଞ୍ଚଳକୁ ଯାଇ ବେଣାପଞ୍ଜୁରୀ ଅଞ୍ଚଳର ଶେକ୍ ସବିରଉର୍ଦ୍ଦିନ ନାମକ ବ୍ୟକ୍ତିଙ୍କୁ ଧରିଥିଲେ  । ତେବେ ପଚରା ଉଚରା ବେଳେ ସେ ପ୍ରଥମେ ବିଭ୍ରାନ୍ତି କର ଉତ୍ତର ଦେଇଥିବାବେଳେ ପରେ ମଲା ଗୋରୁ ହାଡ଼ ସଂଗ୍ରହ କରି ନେଉଥିବା ପ୍ରକାଶ କରିଥିଲେ  । ପରେ ଉକ୍ତ ହାଡ଼ଗୁଡିକୁ ମାଟିରେ ପୋତି ଦିଆଯାଇଥିଲା  ।